ଭୁବନେଶ୍ବର: ଆଇଏସଏଲର 6ଷ୍ଠ ସଂସ୍କରଣରେ ଚଳିତବର୍ଷ ରିଲିଜ ହୋଇଥିବା ଓଡିଶା ଏଫ୍ସି ଟିମ ଏଯାଏଁ 9ଟି ମ୍ୟାଚ ଖେଳିସାରିଛି । ପ୍ରଥମ ରାଉଣ୍ଡରେ 2ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ 3ଟି ଡ୍ର ଓ 3ଟିରେ ପରାସ୍ତ ହୋଇଛି। ଓଡିଶା ଏଫ୍ସି ଡିସେମ୍ବର 27ରେ ପ୍ରଥମ କରି ନିଜର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଲିଗ୍ ମ୍ୟାଚ ଖେଳିବ। ଏନେଇ ଟିମ ବେଶ୍ ଉତ୍ସାହିତ ଅଛି।
ISL-6: ଘରୋଇ ଗ୍ରାଉଣ୍ଡରେ ଖେଳିବାକୁ ନେଇ ଓଡିଶା ଏଫସି ବେଶ୍ ଉତ୍ସାହିତ - ଆଇଏସଏଲ
ଆଇଏସଏଲର 6ଷ୍ଠ ସଂସ୍କରଣରେ ଚଳିତବର୍ଷ ରିଲିଜ ହୋଇଥିବା ଓଡିଶା ଏଫ୍ସି ନିଜର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 27 ତାରିଖ ଦିନ ଜାମସେଦପୁର ସହ ଖେଳିବ। ଏନେଇ କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି। ଅନ୍ୟପଟେ ଘରୋଇ ଗ୍ରାଉଣ୍ଡରେ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ନେଇ ଦଳ ବେଶ୍ ଉତ୍ସାହିତ ଅଛି।
ISL-6
ଘରୋଇ ଗ୍ରାଉଣ୍ଡରେ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ନେଇ ଦଳ ବେଶ୍ ଉତ୍ସାହିତ ଅଛି । ଘରୋଇ ଦର୍ଶକଙ୍କ ସମର୍ଥନରେ ଦଳର ଆତ୍ମବିଶ୍ବାସ ଆହୁରି ବଢିବ ବୋଲି ଟିମ କହିଛି।
ଟିମର ଅଧିନାୟକ ନିଜର ଘରୋଇ ଗ୍ରାଉଣ୍ଡରେ ଖେଳକୁ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ସେହିପରି ଟିମର ଖେଳାଳି ଭିନିତ୍ ରାୟ କହିଛନ୍ତି ଯେ, ଅଧିକ ସଂଖ୍ୟାରେ ଗ୍ରାଉଣ୍ଡକୁ ଆସି ଆମକୁ ସମର୍ଥନ କର । ଘରୋଇ ଦର୍ଶକଙ୍କ ସମର୍ଥନରେ ଆମେ ଆହୁରି ଜୋସ୍ରେ ଖେଳିବୁ ଓ ଓଡିଶାର ନାଁ ଗୌରବାନ୍ବିତ କରିବୁ। ଏନେଇ କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି।