ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ୍ରେ ଗୁରୁବାର ଓଡିଶା ଏଫସି- ଚେନ୍ନାଇନ ଏଫସି ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚଟି ଚେନ୍ନାଇସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟା 7ଟା 30ମିନିଟରେ ଖେଳାଯିବ । ତେବେ ଘରୋଇ ଦଳକୁ ମାତ୍ ଦେଇ ଓଡିଶା 2ୟ ବିଜୟ ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ସେହିପରି ଘରୋଇଦଳ ମଧ୍ୟ ପୂର୍ବମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ପ୍ରଥମ ବିଜୟ ହାସଲ କରି ମନୋବଳ ଦୃଢ କରିଛି ।
ISL-6: ଓଡିଶା FC ବନାମ ଚେନ୍ନାଇନ FC, 2ୟ ବିଜୟ ଲକ୍ଷ୍ୟରେ ଉଭୟ ଦଳ - ଓଡିଶା ଏଫସି ନ୍ୟୁଜ
ଓଡିଶା ଏଫସି ବନାମ ଚେନ୍ନାଇନ ଏଫସି । ଗୁରୁବାର ସନ୍ଧ୍ୟା 7ଟା 30ମିନିଟରେ ଚେନ୍ନାଇସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ 2ଦଳ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳ ଏହି ସଂସ୍କରଣରେ ନିଜର 2ୟ ବିଜୟ ହାତେଇବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ।
football
ସୂଚନାଥାଉକି ଓଡିଶା ଏହି ସଂସ୍କରଣରେ 5ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରିଥିବାବେଳେ 2ଟି ମ୍ୟାଚରେ ପରାଜୟ ଓ 2ଟି ମ୍ୟାଚକୁ ଡ୍ର ରଖିଛି । ତେବେ ଓଡିଶା ପଏଣ୍ଟ ଟେବୁଲରେ 5ଅଙ୍କ ସହ 6ଷ୍ଠ ସ୍ଥାନରେ ରହିଛି ।
ସେହିପରି ଚେନ୍ନାଇନ ଏଫସି ବି 5ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ଓ 3ଟିରେ ପରାଜୟ ହାସଲ କରିଥିବାବେଳେ ଗୋଟିଏ ଡ୍ର ମ୍ୟାଚ ଖେଳିଛି । ତେବେ ଏହି ସଂସ୍କରଣରେ 4ପଏଣ୍ଟ ରଖି ଚେନ୍ନାଇ ଟିମ୍ ନବମ ସ୍ଥାନରେ ରହିଛି ।