ଓଡିଶା

odisha

ISL-6: ଓଡିଶା FCକୁ 3-1 ଗୋଲରେ ହରାଇଲା ATK

By

Published : Feb 8, 2020, 10:33 PM IST

ଏଟିକେ ଏଫସି ଓଡିଶା ଏଫ୍‌ସିକୁ 3-1ଗୋଲ୍‌ରେ ମାତ ଦେଇଛି । ଏହି ବିଜୟ ସହ ଏଟିକେର ସେମିଫାଇନାଲ ଖେଳିବା ପକ୍କା ହୋଇଛି । ଅଧିକ ପଢନ୍ତୁ...

ISL-6
ISL-6

କୋଲକାତା: ଇଣ୍ଡିଆନ ସୁପର ଲିଗର 6ଷ୍ଠ ସଂସ୍କରଣ । ଶନିବାର ଦିନ ଏଟିକେ ଏଫସି ନିଜର ଘରୋଇ ଗ୍ରାଉଣ୍ଡରେ ଅତିଥି ଦଳ ଓଡିଶା ଏଫ୍‌ସିକୁ 3-1ଗୋଲ୍‌ରେ ମାତ୍‌ ଦେଇଛି । ଏହି ବିଜୟ ପରେ ଏଟିକେ ସେମିଫାଇନାଲରେ ଏକପ୍ରକାର ନିଜର ସ୍ଥାନ ପକ୍କା କରିଛି । ସେକେଣ୍ଡ ହାଫରେ ରୟ କ୍ରିଷ୍ଣାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡିଶାକୁ ମାତ୍‌ ଦେଇଛି ଏଟିକେ ।

ଫଟୋ ସୌଜନ୍ୟ:@IndSuperLeague

ପ୍ରଥମ ହାଫରେ 2ଦଳ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଥିଲା । ଦ୍ବିତୀୟ ହାଫରେ ରୟ କ୍ରିଷ୍ଣା 49ମିନିଟ୍‌ରେ ଓଡିଶାକୁ ଗୋଲ୍‌ ଦେଇ1-0ଗୋଲ୍‌ରେ ଆଗୁଆ ହୋଇଥିଲା । ଏହାପରେ ପୁଣି କ୍ରିଷ୍ଣା 60ମିନିଟ୍‌ ଓ 63ମିନିଟ୍‌ରେ ଓଡିଶାକୁ ଗୋଲ୍‌ ଦେଇ ମ୍ୟାଚକୁ 3-0କୁ ଆଣିଥିଲା । ଏହାପରେ ଓଡିଶା ପକ୍ଷରୁ ଓନ୍‌ୟୁ 67ମିନିଟ୍‌ରେ ଗୋଲ୍‌ କରି 3-1ରେ ସ୍କୋର ଆଣିଥିଲେ । କିନ୍ତୁ ଖେଳ ଶେଷରେ 3-1ଗୋଲ୍‌ରେ ଏଟିକେ ବିଜୟ ହାସଲ କରିଛି ।

ଫଟୋ ସୌଜନ୍ୟ:@IndSuperLeague

ଓଡିଶା ତା'ର ପରବର୍ତ୍ତୀ ମ୍ୟାଚ 14ଫେବୃଆରୀରେ ଘରୋଇ ଗ୍ରାଉଣ୍ଡରେ ନର୍ଥଇଷ୍ଟ ୟୁନିଟେଡ ବିପକ୍ଷରେ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details