ବାମ୍ବୋଲିମ(ଗୋଆ): ଇଣ୍ଡିଆନ ସୁପର ଲିଗ୍(ISL) 2021-22ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଜାମସେଦପୁର ଏଫସିର ଦମଦାର ବିଜୟ । ବାମ୍ବୋଲିମର ଆଥଲେଟିକ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡକୁ ୩-୨ ଗୋଲ୍ରେ ହରାଇଛି ଜାମସେଦପୁର ଏଫସି ।
ଏହାମଧ୍ୟ ପଢନ୍ତୁ:ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ଭାଙ୍ଗିଲା ଭାରତର ଅପରାଜେୟ ରେକର୍ଡ
ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଡେସରନ ବ୍ରାଉନ ନର୍ଥଇଷ୍ଟ ୟୁନାଇଟେଡ ପାଇଁ ପ୍ରଥମ ଗୋଲ୍ କରିଥିଲେ । ଏହାପରେ ୪୪ତମ ମିନିଟ୍ରେ ଜାମସେଦପୁର କ୍ଳବ ପକ୍ଷରୁ ଜୋର୍ଡାନ ମୁରେ ଗୋଲ୍ ସ୍କୋର କରିବା ସହ ସ୍କୋର ବରାବର କରିଥିଲେ ।
ପରେ ଜାମସେଦପୁର ପକ୍ଷରୁ ବୋରିସ ସିଂହ ୫୬ ତମ ଓ ଇଶାନ ପଣ୍ଡିତା ୯୦ତମ ମିନିଟରେ ଆଉ ଦୁଇଟି ଗୋଲ୍ କରିଥିଲେ । ବ୍ରାଉନ ୯୦ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ କରିଥିଲେ ମଧ୍ୟ ନର୍ଥଇଷ୍ଟର ପରାଜୟ ରୋକିପାରିନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ