ପାଣାଜି: ଗ୍ରାଉଣ୍ଡକୁ ଫେରିଲା ଫୁଟବଲ । ମହାମାରୀ ସଙ୍କଟ ସମୟରେ ଆଜି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଆଇଏସଏଲର 7ମ ସଂସ୍କରଣ । କୋରୋନା ମହାମାରୀ କାରଣରୁ ସମସ୍ତ ମ୍ୟାଚ ଗୋଆରେ ଖେଳାଯିବ । ତେବେ ଇଣ୍ଡିଆନ ସୁପର ଲିଗର ଗତ ସିଜନର ଫାଇନାଲ ମ୍ୟାଚ ବେଳକୁ ଭାରତରେ କୋରୋନା ପାଦ ଥାପି ସାରିଥିଲା । ଏଥିଲାଗି ଫାଇନାଲ ମ୍ୟାଚ ବିନା ଦର୍ଶକରେ ଖେଳା ଯାଇଥିଲା ।
ଏବେ 8ମାସ ପରେ ଦେଶର ବଡ ସ୍ପୋର୍ଟସ ଇଭେଣ୍ଟ ଭାବେ ଆଇଏସଏଲ ଆଜି ଆୟୋଜିତ ହେବ । 2020-21 ସିଜନର ପ୍ରଥମ ମ୍ୟାଚ ଜିଏମ୍ସି ଆଥ୍ଲେଟିକ ଷ୍ଟାଡିୟମ ବାମ୍ବୋଲିନ୍ ଗ୍ରାଉଣ୍ଡରେ ଏଟିକେ ମୋହନ ବାଗାନ ଏଫ୍ସି ଓ କେରଳ ବ୍ଲାଷ୍ଟ୍ରସ ମଧ୍ୟରେ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଦର୍ଶକଙ୍କ ବିନା ସଂଧ୍ୟା 7ଟା30ରେ ଖେଳାଯିବ । ସମସ୍ତ କ୍ଲବର ଖେଳାଳିମାନେ ପୂର୍ବରୁ ଗୋଆରେ ଉପସ୍ଥିତ ଅଛନ୍ତି । ସେମାନେ ବାୟୋ ସ୍କୋୟାର ବବଲ ମଧ୍ୟରେ ଅଛନ୍ତି ।
ଆଇଏସଏଲର ଚଳିତ ସଂସ୍କରଣ ସବୁଠାରୁ ବଡ ସିଜନ ହେବ । କାରଣ ଏଥର ଇଷ୍ଟ ବେଙ୍ଗଲ ନୂଆ କ୍ଲବ ଚଳିତ ସିଜନରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଆଇଏସଏଲରେ ଅଂଶ ଗ୍ରହଣ କରୁଥିବା ଟିମ ସଂଖ୍ୟା ଏବେ 10ରୁ ବୃଦ୍ଧି ହୋଇ 11ରେ ପହଞ୍ଚିଛି ।