ମିଲନ(ଇଟାଲି): ଚଳିତ ସିରିଏ ଏ (Serie A) ଟୁର୍ଣ୍ଣାମେଣ୍ଟରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଛି ଇଣ୍ଟର ମିଲନ କ୍ଳବ । ବ୍ରେସିଆ ବିପକ୍ଷ ମ୍ୟାାଚରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି 6-0ରେ ବିଜୟୀ ହୋଇଛି ଇଣ୍ଟର ମିଲନ ।
ସିରିଏ ଏ: ଇଣ୍ଟର ମିଲନର ପ୍ରଭାବି ପ୍ରଦର୍ଶନ, ବ୍ରେସିଆ ବିପକ୍ଷରେ 6-0ରେ ବିଜୟୀ କ୍ଳବ ପକ୍ଷରୁ 6ଟି ଗୋଲ୍ 6 ଜଣ ଭିନ୍ନଭିନ୍ନ ଖେଳାଳି ଗୋଲ କରିଥିଲେ । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇଣ୍ଟର ମିଲନ ବ୍ରେସିଆ ଖେଳାଳିଙ୍କ ଉପରେ ପ୍ରଭାବି ପ୍ରଦର୍ଶନ କରିଥିଲେ ।
ସିରିଏ ଏ: ଇଣ୍ଟର ମିଲନର ପ୍ରଭାବି ପ୍ରଦର୍ଶନ, ବ୍ରେସିଆ ବିପକ୍ଷରେ 6-0ରେ ବିଜୟୀ ମ୍ୟାଚ ଆରମ୍ଭର 5ମ ମିନିଟରେ ଆସଲେ ୟୁଅଙ୍ଗ ପ୍ରଥମ ଗୋଲ କରିଥିଲେ । ଏହାପରେ ମ୍ୟାଚର 20ତମ ମିନିଟରେ ଇଣ୍ଟର ମିଲନକୁ ପେନାଲିଟି କର୍ଣ୍ଣର ମିଳିଥିଲା । ଏହି ସୁଯୋଗକୁ ହାତଛଡା ନକରି ଆଲେକ୍ସିସ ସାନଚେଞ୍ଜ କ୍ଳବ ପକ୍ଷରୁ 2ୟ ଗୋଲ କରିଥିଲେ । ଏହାପରେ ପ୍ରଥମାର୍ଦ୍ଧ ଖେଳ ଶେଷ ହେବାର କିଛି ମିନିଟ ପୂର୍ବରୁ ଡାନିଲୋ ଡି' ଅମ୍ବ୍ରୋସିଅ 3ୟ ଗୋଲ କରିଥିଲେ । ଦ୍ବିତୀୟାର୍ଦ୍ଧରେ ଇଣ୍ଟର ମିଲନର ଖେଳାଳି ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ । ରୋବର୍ଟ ଗାଗଲିଆର୍ଡିନି, ଖ୍ରୀଷ୍ଟିଆନ ଇରିକସେନ ଓ ଆଣ୍ଟୋନିଓ କାନଡ୍ରେଭା ଅଧିକ 3ଟି ଗୋଲର କରି ସ୍କୋରକୁ 6-0ରେ ପହଞ୍ଚାଇଥିଲେ।
ଏହି ବିଜୟ ଓ ମୋଟ 64 ପଏଣ୍ଟ ସହ ସିରିଏ ଏ ପଏଣ୍ଟ ଟେବୁଲର 3ୟ ସ୍ଥାନରେ ପହଞ୍ଚିଛି ଇଣ୍ଟର ମିଲନ । ପ୍ରଥମ ସ୍ଥାନରେ 72 ପଏଣ୍ଟ ସହ ଜୁଭେଣ୍ଟସ ଓ 68 ପଏଣ୍ଟ ସହ ଲାଜିଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।