ଓଡିଶା

odisha

ETV Bharat / sports

ଓଡିଶା ଝିଅ ପ୍ୟାରୀଙ୍କ ଡବଲ୍‌ ଗୋଲ୍‌, ବିଜୟୀ ଫୁଟବଲ ଟିମ ଇଣ୍ଡିଆ - ପ୍ୟାରୀ ସାସା

ବାହରେନ ବିପକ୍ଷରେ ୫-୦ର ବଡ ବ୍ୟବଧାନରେ ଭାରତୀୟ ମହିଳା ଫୁଟବଲ ଟିମର ବିଜୟୀ । ଅଧିକ ପଢନ୍ତୁ...

Indian women's football team thrash Bahrain 5-0
ଓଡିଶା ଝିଅ ପ୍ୟାରୀଙ୍କ ଡବଲ୍‌ ଗୋଲ୍‌, ବିଜୟୀ ଫୁଟବଲ ଟିମ ଇଣ୍ଡିଆ

By

Published : Oct 11, 2021, 4:46 PM IST

ମାନାମା(ବାହରେନ): ବାହରେନ ବିପକ୍ଷରେ ଭାରତୀୟ ମହିଳା ଫୁଟବଲ ଟିମର ଦମଦାର ବିଜୟ । ସ୍ଥାନୀୟ ହମାଦ ଟାଉନର ହମାଦ ଟାଉନ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ୫-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି ଭାରତ ।

ଏହି ବିଜୟ UAEରେ ଥିବା ଭାରତୀୟ ମହିଳା ଫୁଟବଲ ଟିମର ଆତ୍ମବିଶ୍ବାସ ବଢାଇଛି । ଟୁନିସିଆ ବିପକ୍ଷରେ ପୂର୍ବ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍‌ ୦-୧ରେ ପରାସ୍ତ ହୋଇଥିଲା ଭାରତ । ଫଳରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିଲା ଟିମ ।

ଭାରତ ପକ୍ଷରୁ ସଙ୍ଗୀତା ବାସଫୋର ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିବା ସହ ୧-୦ରେ ଆଗୁଆ କରାଇଥିଲେ । ଏହାପରେ ଓଡିଆ ଝିଅ ପ୍ୟାରୀ ସାସା କମାଲ କରିଥିଲେ । ଦମଦାର ପ୍ରଦର୍ଶନ ସହ ମ୍ୟାଚ୍‌ର ୧୯ତମ ମିନିଟ୍‌ରେ ଟିମ ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ । ଇନ୍ଦୁମତୀ କାଥିରେସନ ୩୪ ତମ ଓ ମନୀଷା କଲ୍ୟାଣ ୬୯ତମ ମିନିଟ୍‌ରେ ଗୋଲ୍‌ କରିଥିଲେ । ପ୍ୟାରୀ ସାସା ୬୮ତମ ମିନିଟ୍‌ରେ ନିଜର ଦ୍ବିତୀୟ ଗୋଲ ସ୍କୋର କରିଥିଲେ ।

କ୍ୟାପଟେନ ଆଶାଲତା ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ରଞ୍ଜନା ଚାନୁ, ଡାଙ୍ଗମେଇ ଗ୍ରେସ୍‌ ଓ ପ୍ୟାରୀ ବାହରେନ ଡିଫେନ୍ସକୁ ପ୍ରତିହତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details