ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ ଜାତୀୟ ସିନିୟର ଟିମର ମୁଖ୍ୟ କୋଚ୍ ଭାବେ ୪ବର୍ଷ କାର୍ଯ୍ୟ କରିବା ପରେ ପଦ ଛାଡିଲେ ମେମଲ ରକି । ବ୍ୟକ୍ତିଗତ କାରଣରୁ ସେ ଏହି ଦାୟିତ୍ବରୁ ଓହରିଥିବା ଦର୍ଶାଇଛନ୍ତି । ମଙ୍ଗଳବାର ଏନେଇ ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ସ୍ପଷ୍ଟ କରିଛି ।
ସହକାରୀ କୋଚ ଭାବେ କାର୍ଯ୍ୟ କରିସାରିବା ପରେ ୨୦୧୭ରେ ମହିଳା ଫୁଟବଲ ଟିମର କୋଚ୍ ଦାୟିତ୍ବ ମେମଲଙ୍କୁ ମିଳିଥିଲା । ପରେ ଅନେକ ଅନ୍ତର୍ଜାତୀୟ ଇଭେଣ୍ଟରେ ଟିମର ନେତୃତ୍ବ ନେଇଥିଲେ ସେ ।