ଓଡିଶା

odisha

By

Published : Aug 4, 2019, 9:59 PM IST

ETV Bharat / sports

କଟିଫ୍ କପ୍: ଭାରତୀୟ ମହିଳା ଫୁଟବଲ ଦଳର ବିରାଟ ବିଜୟ

କଟିଫ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚରେ ବଲିଭିଆକୁ 3-1 ଗୋଲରେ ପରାସ୍ତ କରି ବିଜୟିନୀ ହୋଇଛି ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସ୍ପେନରେ ଚାଲିଥିବା କଟିଫ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚରେ ବଲିଭିଆକୁ 3-1 ଗୋଲରେ ପରାସ୍ତ କରି ବିଜୟୀ ହୋଇଛି ଭାରତୀୟ ସିନିଅର ମହିଳା ଫୁଟବଲ ଦଳ । ରତନ ବାଳା ଦେବୀଙ୍କ ଡବଲ୍ ଗୋଲ ଓ ବାଲା ଦେବୀଙ୍କ ଗୋଟିଏ ଗୋଲ ଅଧାରରେ ଦକ୍ଷିଣ ଆମେରିକୀୟ ଦଳ ଉପରେ ସହଜ ବିଜୟ ଲାଭ କରିଛି ଭାରତୀୟ ଦଳ ।


ତେବେ ପ୍ରଥମ ମ୍ୟାଚରେ ସ୍ପାନିଶ୍ କ୍ଲବ୍ ଭିଲ୍ଲାରିଅଲ୍ ସିଏଫଠାରୁ 0-2 ଗୋଲରେ ପରାସ୍ତ ହୋଇଥିଲା ଭାରତୀୟ ମହିଳା ଦଳ । 2ୟ ମ୍ୟାଚରେ ଭାରତ ପକ୍ଷରୁ ରତନବାଳା ଦେବୀ 36ତମ ଓ 58ତମ ମିନିଟିରେ ଦୁଇଟି ଗୋଲ ଦେଇଥିଲେ । ସେହିପରି ବାଲା ଦେବୀ ମ୍ୟାଚର 5ମ ମିନିଟରେ ଆଉ ଏକ ଗୋଲ ସ୍କୋର କରିଥିଲେ ।

ABOUT THE AUTHOR

...view details