ହାଇଦ୍ରାବାଦ:ଇଣ୍ଡିଆନ ସୁପର ଲିଗ୍(ISL)ରେ ଓଡିଶା ଏଫସିର ଦମଦାର ବିଜୟ । କେରଳ ବ୍ଳାଷ୍ଟର ଠାରୁ ଗତ ମ୍ୟାଚ୍ରେ ପରାଜୟ ପରେ ବିଜୟ ଟ୍ରାକ୍କୁ ଫେରିଲା ଓଡିଶା । ଶୁକ୍ରବାର ତିଳକ ମଇଦାନ ଗୋଆରେ ଖେଳାଯାଇଥିବା ISLର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି, ନର୍ଥଇଷ୍ଟ ୟୁନଇଟେଡ୍କୁ ୧-୦ ଗୋଲ୍ରେ ହରାଇଛି ।
ଏହି ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛି ଟିମ ଓଡିଶା । ମୁମ୍ବାଇ ସିଟି ଏଫସି ୫ଟି ମ୍ୟାଚ୍ରୁ ୪ଟିରେ ବିଜୟ ସହ ୧୨ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି । ଓଡିଶା ୪ଟି ମ୍ୟାଚ୍ରୁ ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଦ୍ବିତୀୟରେ ରହିଛି ।