ଓଡିଶା

odisha

ETV Bharat / sports

ନେପାଳ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ ଭାରତ

ଭାରତ ଓ ନେପାଳ ମଧ୍ୟରେ ଖେଳାଯିବ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ । ଏହାକୁ ନେଇ ଭାରତୀୟ ଫୁଟବଲ ଦଳ ନେପାଳରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...

ନେପାଳ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ ଭାରତ
ନେପାଳ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ ଭାରତ

By

Published : Sep 2, 2021, 4:16 PM IST

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଖେଳାଯିବ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ । ଏହାକୁ ନେଇ ଭାରତୀୟ ଫୁଟବଲ ଦଳ ନେପାଳରେ ପହଞ୍ଚିଛି । ଆଜି ସନ୍ଧ୍ୟାରୁ ଏହି ମ୍ୟାଚ ଆରମ୍ଭ ହେବ । ଆଗକୁ ମାଳଦୀପରେ ସାଫ୍ ଚମ୍ପିଆନସପ ଖେଳିବ ଭାରତୀୟ ଦଳ । ଏହାପୂର୍ବରୁ ଭାରତୀୟ ଦଳ ନେପାଳ ବିପକ୍ଷରେ ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଭାରତ ନେପାଳ ବିପକ୍ଷରେ ଭାରତ ଦୁଇଟି ମ୍ୟାଚ ଖେଳିବ ।

ସେପ୍ଟେମ୍ବର ୫ ତାରିଖରେ ନେପାଳ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । କାଠମଣ୍ଡୁର ଦଶରଥ ଷ୍ଟାଡିୟମରେ ଖେଳାଯିବ ଏହି ଦୁଇଟି ମ୍ୟାଚ । ଏଥିପାଇଁ ଉଭୟ ଦଳ ବାୟୋବବଲରେ ରହିଛନ୍ତି । ଏହାସହ ପୃଥକ ଭାବରେ ହାଲୁକା ଅଭ୍ୟାସ ମଧ୍ୟ କରିଛନ୍ତି ।

ଏହାକୁ ନେଇ ଭାରତୀୟ ଦଳର କୋଚ୍ ଇଗୋର ଷ୍ଟିମାକ କହିଛନ୍ତି ଯେ, "ଏହି ଦୁଇଟି ମ୍ୟାଚ ଦ୍ବାରା ଦଳକୁ ଫାଇଦା ହେବ । ସାଫ ଚମ୍ପିଆନସିପ ପାଇଁ ଦଳ ନିଜକୁ ପ୍ରସ୍ତୁତ କରିପାରିବ । ତେବେ ମ୍ୟାଚ ବେଳେ ବର୍ଷା ନହେଲେ ଉଭୟ ଦଳକୁ ଅଭ୍ୟାସ ମିଳିପାରିବ।"

ଅକ୍ଟୋବର ୩ ତାରିଖରୁ ମାଳଦୀପରେ ଆରମ୍ଭ ହେବ ସାଫ ଚମ୍ପିଆନସିପ । ଭାରତ ବ୍ୟତୀତ ଏଥିରେ ବାଂଲାଦେଶ, ଶ୍ରୀଲଙ୍କା ନେପାଲ ଭଳି ଫୁଟବଲ ଦଳ ଭାଗ ନେବେ । ୧୩ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆସିପ ଚାଲିବ । ଶେଷ ଥର ପାଇଁ ଭାରତୀୟ ଫୁଟବଲ ଦଳ ୨୦୧୮ ଜୁନ ୧୫ ତାରିଖରେ ୨୦୨୩ ଏସିଆନ କପ ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ କତାରରେ ଖେଳାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details