ମାସ୍କଟ: ଫିଫା ବିଶ୍ବ କପ-2022 କ୍ବାଲିଫାୟାର ପାଇଁ ଆଜି ସୁନୀଲ ଛେତ୍ରୀଙ୍କ ନେତୃତ୍ବରେ ଭାରତୀୟ ଦଳ ଓମାନ ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ଓମାନ ଠାରୁ ପରାଜିତ ହୋଇଛି ଭାରତ । ଫଳରେ ବିଶ୍ବ କପ-2022 କ୍ବାଲିଫାୟାରର ସ୍ବପ୍ନ ପ୍ରାୟତଃ ଭାଙ୍ଗି ଯାଇଛି ।
ଫିଫା ବିଶ୍ବକପ କ୍ବାଲିଫାୟାର: ଓମାନ ବିପକ୍ଷରେ ଭାରତର ପରାଜୟ - ଓମାନ ବିପକ୍ଷରେ ଭାରତର ପରାଜୟ
ଫିଫା ବିଶ୍ବ କପ-2022 କ୍ବାଲିଫାୟାର ମ୍ୟାଚରେ ଭାରତକୁ ଓମାନ 1-0ଗୋଲ୍ରେ ପରାସ୍ତ କରିଛି ।
![ଫିଫା ବିଶ୍ବକପ କ୍ବାଲିଫାୟାର: ଓମାନ ବିପକ୍ଷରେ ଭାରତର ପରାଜୟ](https://etvbharatimages.akamaized.net/etvbharat/prod-images/768-512-5117271-1084-5117271-1574188338915.jpg)
ଫିଫା ବିଶ୍ବକପ କ୍ବାଲିଫାୟାର: ଓମାନ ବିପକ୍ଷରେ ଭାରତର ପରାଜୟ
ଭାରତକୁ ଓମାନ 1-0ଗୋଲ୍ରେ ପରାସ୍ତ କରିଛି । ମ୍ୟାଚର 33ମିନିଟ୍ରେ ଓମାନ ପକ୍ଷରୁ ଭାରତକୁ ଗୋଲ୍ ଦେଇ ସ୍କୋରକୁ 1-0କୁ ଆଣିଥିଲେ । ଭାରତ ଓମାନକୁ ଟକ୍କର ଦେଇଥିଲା ସତ କିନ୍ତୁ ଅନ୍ତିମ ଯୋଗ୍ୟତା ମ୍ୟାଚରେ ପରାଜୟ ହୋଇଯାଇଛି ଭାରତ ।