ଦୋହା:କାତାର ରାଜଧାନୀ ଦୋହାରେ ଭାରତୀୟ ଫୁଟବଲ ଦଳ । ଫୁଟବଲ ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ ଗତକାଲି କାତାରେ ପହଞ୍ଚିଛି ଭାରତୀୟ ଫୁଟବଲ ଦଳ । ଆଜି ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋରୋନା ଟେଷ୍ଟ କରାଯାଇଛି ।
ଭାରତୀୟ ଫୁଟବଲ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କାତାର ଗସ୍ତ କରିଛନ୍ତି । ଭାରତୀୟ ଫୁଟବଲ ଦଳ ସୁନିଲ ଛେତ୍ରୀଙ୍କ ନେତୃତ୍ବରେ 28 ଜଣିଆ ଦଳ ଓ ସପୋର୍ଟ ଷ୍ଟାଫ କାତାର ଗସ୍ତ କରିଛନ୍ତି । ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ତେବେ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ଟ୍ରେନିଂ ଆରମ୍ଭ ହୋଇଛି । ବୁଧବାର ଦିନ ଭାରତୀୟ ଫୁଟବଲ ଦଳ କାତାର ରାଜଧାନୀ ଦୋହାରେ ପହଞ୍ଚିଥିଲା । ଏହା ପରେ ସମସ୍ତ ଖେଳାଳି କ୍ବାରେଣ୍ଟାଇନରେ ରହିଥିଲେ । ଦଳ ସମସ୍ତ ପ୍ରକାରର ପ୍ରୋଟୋକଲ ପାଳନ କରିବା ପରେ ଆଜି ଭାରତୀୟ ଫୁଟବଲ ଦଳର କୋରୋନା ପରୀକ୍ଷା କରାଯାଇଥିଲା । କୋରୋନା ପରୀକ୍ଷାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।