ଓଡିଶା

odisha

ETV Bharat / sports

ଭାରତରେ 2020 ଫିଫା ଅଣ୍ଡର-17 ମହିଳା ବିଶ୍ୱକପ୍ - ମହିଳା

ଶୁକ୍ରବାର ଆମେରିକାର ମିୟାମିରେ ଫିଫା କାଉନସିଲର ବୈଠକରେ ଭାରତରେ 2020 ଫିଫା 17 ବର୍ଷରୁ କମ ମହିଳା ବିଶ୍ୱକପ୍ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରଥମ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବ ।

ଫାଇଲ ଫଟୋ

By

Published : Mar 16, 2019, 4:45 PM IST

Updated : Mar 16, 2019, 5:39 PM IST

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବ 2020 ଫିଫା 17ବର୍ଷରୁ କମ ମହିଳା ବିଶ୍ବକପ୍ । ଏନେଇ ଫିଫା କାଉନସିଲ ମୋହର ଲଗାଇଛି । ତେବେ ଫିଫାର ଏହା 2ୟ ଟୁର୍ଣ୍ଣାମେଣ୍ଟ ଯାହା ଭାରତରେ ଅନୁଷ୍ଠିତ ହେବ ।

ସୂଚନାମୁତାବକ, ଗତ ଶୁକ୍ରବାର ଆମେରିକାର ମିୟାମିରେ ଫିଫା କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତରେ 2020 ଫିଫା 17 ବର୍ଷରୁ କମ ମହିଳା ବିଶ୍ବକପ୍ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଫିଫା ମହିଳା ବିଶ୍ବକପର ଅଫିସିଆଲ ଟ୍ବିଟରରେ ଏହାର ସୂଚନା ଦିଆଯାଇଛି ।

ଏଥିସହ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ ପଟେଲ ବି ଏହି ଖବରର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଏହି ଆୟୋଜନକୁ ସଫଳ କରିବା । ଆଗାମୀ ଫିଫା 17 ବର୍ଷରୁ କମ ମହିଳା ବିଶ୍ବକପର ଆୟୋଜନ କରିବାର ସୁଯୋଗ ମିଳିବା ଆମ ପାଇଁ ବହୁତ ଗୌରବ ଓ ସମ୍ମାନର କଥା ।

ଏହା ପୂର୍ବରୁ 2017ରେ ଏହି ବର୍ଗରେ ପୁରୁଷ ଫୁଟବଲ ବିଶ୍ବକପ୍ ଭାରତରେ ଆୟୋଜିତ ହୋଇଥିଲା । ସେହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପରେ ଭାରତକୁ ଏହି ବିଶ୍ବକପ ଆୟୋଜନର ଭାର ପ୍ରଦାନ କରାଯାଇଛି । ଫିଫା ପ୍ରଥମଥର ପାଇଁ 2008ରେ ଏହି ବର୍ଗରେ ମହିଳା ଫୁଟବଲ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ଆରମ୍ଭ କରିଥିଲା । ତେବେ ଏହି ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଉତ୍ତର କୋରିଆ ବିଜେତା ହୋଇଥିଲା ।

ସୂଚନାଥାଉକି, ପ୍ରତି 2ବର୍ଷରେ ଏହି ବିଶ୍ବକପର ଆୟୋଜନ ହୁଏ । ତେବେ ପ୍ରଥମ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବ । ତେଣୁ ଫିଫା 17 ବର୍ଷରୁ କମ ମହିଳା ବିଶ୍ବକପର ସ୍ଥାନ ନିରୂପଣ ପରେ ପୁରୁଷ ବିଶ୍ବକପର ନିର୍ଦ୍ଦେଶକ ଜେଭିଅର ସେପ୍ପି ଏନେଇ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ସେ ଟ୍ବିଟ କରି କହିଛନ୍ତି ଯେ, ଏହା ଭାରତ ଓ ମହିଳା ଖେଳାଳିଙ୍କ ପାଇଁ ବେଶ୍ ଭଲ ଖବର ।

Last Updated : Mar 16, 2019, 5:39 PM IST

ABOUT THE AUTHOR

...view details