ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀ ଗୁରୁବାର କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । 36 ବର୍ଷୀୟ ଛେତ୍ରୀ ବେଙ୍ଗାଲୁରୁ ଏଫସି ପାଇଁ ଇଣ୍ଡିଆନ ସୁପର ଲିଗ୍ରେ ଫେବ୍ରୁଆରୀ 25 ପର୍ଯ୍ୟନ୍ତ ଖେଳିଥିଲେ ।
ଟ୍ବିଟ ଯୋଗେ ନିଜେ ରିପୋର୍ଟ ପଜିଟିଭ ଥିବା ସୂଚନା ଦେଇଛନ୍ତି ଛେତ୍ରୀ । ଏଥିସହ ସୁସ୍ଥ ହେଉଛନ୍ତି ବୋଲି କହିଛନ୍ତି । ଖୁବଶୀଘ୍ର ଫୁଟବଲ୍ ଗ୍ରାଉଣ୍ଡକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ କହିଛନ୍ତି ।