ଓଡିଶା

odisha

By

Published : Sep 22, 2019, 10:37 PM IST

ETV Bharat / sports

AFC U-16 ଚମ୍ପିଆନସିପରେ ଭାରତ

ଭାରତୀୟ 16 ବର୍ଷରୁ କମ ଫୁଟବଲ ଦଳ କ୍ରମାଗତ 3ୟ ଥର ପାଇଁ AFC U-16 ଚମ୍ପିଆନସିପରେ ପ୍ରବେଶ କରିଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଭାରତୀୟ 16 ବର୍ଷରୁ କମ ଫୁଟବଲ ଦଳକୁ ମିଳଛି ବଡ ସଫଳତା । ଉଜବେକିସ୍ତାନ ବିପକ୍ଷ ମ୍ୟାଚକୁ 1-1ରେ ଡ୍ର ରଖିଛି ଭାରତୀୟ ଦଳ । ଫଳରେ କ୍ରମାଗତ 3ୟ ଥର ଓ ମୋଟ 9ମ ଥର ପାଇଁ ଭାରତୀୟ ଦଳ AFC U-16 ଚମ୍ପିଆନସିପରେ ପ୍ରବେଶ କରିଛି ।

ଫଟୋ ସୌଜନ୍ୟ: twitter@IndianFootball

ଭାରତ 3ଟି ମ୍ୟାଚରୁ 7 ପଏଣ୍ଟ ସହ ଅଭିଯାନ ଶେଷ କରିଛି । ପୂ୍ର୍ବରୁ ତୁର୍କମେନିସ୍ତାନ ଓ ବାହାରିନକୁ 5-0 ବ୍ୟବଧାନରେ ହରାଇଥିଲା ଭାରତ । ଗ୍ରୁପରେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ଭାରତକୁ ଉଜବେକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ କିମ୍ବା ଡ୍ର ଆବଶ୍ୟକ ଥିଲା ।

2011 ପରେ ଭାରତ , 2015 ଓ 2017 ଓ 2019ରେ AFC U-16 ଚମ୍ପିଆନସିପରେ ପ୍ରବେଶ କରିଛି ।

ABOUT THE AUTHOR

...view details