ଓଡିଶା

odisha

ଛେତ୍ରୀଙ୍କୁ ସୁଯୋଗ ଦେଲେ ଗୋଲ୍‌ ସୁନିଶ୍ଚିନ୍ତ: ବାଂଲାଦେଶ କୋଚ୍‌

By

Published : Jun 8, 2021, 4:18 PM IST

ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ପ୍ରଶଂସାରେ ଶତମୁଖ ବାଂଲାଦେଶ ଫୁଟବଲ କୋଚ୍‌ ଜେମି ଡେ ଲାଭସିଡ । ଅଧିକ ପଢନ୍ତୁ...

If you give Chhetri a chance, he will score: Bangladesh coach Jamie Day
ଛେତ୍ରୀଙ୍କୁ ସୁଯୋଗ ଦେଲେ ଗୋଲ୍‌ ସୁନିଶ୍ଚିନ୍ତ: ବାଂଲାଦେଶ କୋଚ୍‌

ଦୋହା:ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ପ୍ରଶଂସାରେ ଶତମୁଖ ବାଂଲାଦେଶ ଫୁଟବଲ କୋଚ୍‌ ଜେମି ଡେ ଲାଭସିଡ । ସୋମବାର ବାଂଲାଦେଶ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଛେତ୍ରୀଙ୍କୁ ଗୋଲ୍‌ କରିବାକୁ ସାମାନ୍ୟ ସୁଯୋଗ ମିଳିଥିଲା । ଏହାର ଭରପୁର ଫାଇଦା ଉଠାଇବା ସହ ସୁଯୋଗର ସଦୁପଯୋଗ କରି ଏହାକୁ ଗୋଲ୍‌ରେ ପରିଣତ କରିଥିଲେ ଛେତ୍ରୀ ଓ ଦୁଇଟି ଗୋଲ୍‌ କରି ଏକାକୀ ଭାରତକୁ ବିଜୟୀ କରାଇଥିଲେ ।

ମ୍ୟାଚ୍‌ର 78ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଓ ପରେ ଶେଷ ଭାଗରେ ଆଉ ଏକ ଅବିଶ୍ବସନୀୟ ଗୋଲ୍‌ କରି ବ୍ଲୁ ଟାଇଗର୍ସକୁ ବିଜୟୀ କରାଇଥିଲେ । "ବହୁ ସମୟ ଧରି ଛେତ୍ରୀଙ୍କୁ ଅଟକାଇବାରେ ସଫଳ ହୋଇଥିଲୁ ଏପରିକି କିଛି ଅଧା ଗୋଲ୍‌ ସୁଯୋଗ ମଧ୍ୟ ଆସିଥିଲା । ମାତ୍ର ଯଦି ଛେତ୍ରୀଙ୍କ ଭଳ ଖେଳାଲିଙ୍କୁ ସୁଯୋଗ ମିଳିଯାଏ ତେବେ ସେ ଗୋଲ୍‌ ନିଶ୍ଚିନ୍ତ କରିବେ ।" ଏହା କହିଛନ୍ତି ବାଂଲାଦେଶ ଫୁଟବଲ ଟିମର କୋଚ୍‌ ଜେମି ଡେ ଲାଭସିଡ । AFC ଏସିଆନ ଚମ୍ପିଆନସିପ୍‌ ଯୋଗ୍ୟତା ଅର୍ଜନ ଦୃଷ୍ଟିରୁ ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିଲା ଭାରତ ।

ତେବେ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଭାରତୀୟ ଖେଳାଳି ଓ ଫ୍ୟାନ୍ସଙ୍କ ଚିନ୍ତା ବଢିଥିଲା । ମାତ୍ର ଦ୍ବିତୀୟ ଅର୍ଦ୍ଧରେ କ୍ୟାପଟେନ ଛେତ୍ରୀ କମାଲ କରିଥିଲେ ଓ ଦୁଇଟି ଗୋଲ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details