ଓଡିଶା

odisha

ETV Bharat / sports

ଜୁଲାଇ ଶେଷ ସୁଦ୍ଧା ଖେଳାଳି ଓ ଷ୍ଟାଫ ପାଇବେ ପ୍ରାପ୍ୟ: ହାଇଦ୍ରାବାଦ ଏଫ୍‌ସି - ହାଇଦ୍ରାବାଦ ଏଫ୍‌ସି

ହାଇଦ୍ରାବାଦ ଏଫ୍‌ସିରୁ ଆଇଏସଏଲ ଠାରୁ ନିଜ ପ୍ରାପ୍ୟ ନପାଇଥିବା ନେଇ ଏଆଇଏଫ୍‌ଏଫ୍‌କୁ ଚିଠି ଲେଖିଥିଲେ ଖେଳାଳି ଓ ଷ୍ଟାଫ । ଜୁଲାଇ ଶେଷ ସୁଦ୍ଧା ସମସ୍ତ ଦେୟ ଦେବାକୁ ପ୍ରତିଶୃତି ଦେଲା କ୍ଲବ । ଅଧିକ ପଢ଼ନ୍ତୁ...

Hyderabad FC to clear dues, dues of players & coaching staff, ଜୁଲାଇ ଶେଷ ସୁଦ୍ଧା ଖେଳାଳି ଓ ଷ୍ଟାଫ ପାଇବେ ପ୍ରାପ୍ୟ, ହାଇଦ୍ରାବାଦ ଏଫ୍‌ସି, ଇଣ୍ଡିଆନ ସୁପର ଲିଗ
ଜୁଲାଇ ଶେଷ ସୁଦ୍ଧା ଖେଳାଳି ଓ ଷ୍ଟାଫ ପାଇବେ ପ୍ରାପ୍ୟ: ହାଇଦ୍ରାବାଦ ଏଫ୍‌ସି

By

Published : Jul 10, 2020, 10:42 PM IST

କୋଲକାତା: ଇଣ୍ଡିଆନ ସୁପର ଲିଗ (ଆଇଏସଏଲ) ଆଉଟଫିଟ ହାଇଦ୍ରାବାଦ ଏଫ୍‌ସି ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କ ଖେଳାଳି ଏବଂ କୋଚିଂ ଷ୍ଟାଫଙ୍କର ପ୍ରାପ୍ୟ ପୈଠ କରିବାକୁ ପ୍ରତିଶୃତି ଦେଇଛି ।

ହାଇଦ୍ରାବାଦ ଏଫସିକୁ ମେ 15 ପର୍ଯ୍ୟନ୍ତ ପାଞ୍ଚ ଖେଳାଳିଙ୍କୁ ଏବଂ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଫିଲ ବ୍ରାଉନଙ୍କ ସମେତ କୋଚିଂ ଷ୍ଟାଫରେ ପ୍ରାୟ 4.9 କୋଟି ଟଙ୍କା ପରିଶୋଧ କରିବାକୁ ସମୟ ଦିଆଯାଇଥିଲା।

ନୂତନ ଆଇଏସଏଲ ଫ୍ରାଞ୍ଚାଇଜ ଏଆଇଏଫ୍‌ଏଫ୍ ଅପିଲ କମିଟିରେ ଆବେଦନ କରିଥିଲା ​​ତେଣୁ ସମୟସୀମାକୁ ଆଗକୁ ବଢ଼ାଯାଇଛି ।

ସୂଚନା ମୁତାବକ, ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଆବେଦନ କମିଟି ବୈଠକରେ ହାଇଦ୍ରାବାଦ ଏଫସି ଅଧିକ ସମୟ ମାଗିଥିଲା ​​ଏବଂ ଜୁଲାଇ ମାସ ଶେଷ ସୁଦ୍ଧା ଦେୟ ପୈଠ କରିବାକୁ ପ୍ରତିଶୃତି ଦେଇଥିଲା ।

ଏକ ସୂତ୍ରରୁ ସୂଚନା କହିଛି ଯେ, ସେମାନେ ଖେଳାଳି ଏବଂ କୋଚିଂ କର୍ମଚାରୀଙ୍କ ପ୍ରାପ୍ୟ ମାସ ଶେଷ ସୁଦ୍ଧା ପଇଠ କରିବେ।

ମେ 15 ସୁଦ୍ଧା ଦେୟ ପରିଶୋଧ କରିବାକୁ ସେମାନେ ଏଆଇଏଫ୍‌ଏଫ୍‌ ଖେଳାଳିଙ୍କ ସ୍ଥିତି କମିଟିର ନିଷ୍ପତ୍ତି ନେଇ ଆବେଦନ କରିଥିଲେ। ତେଣୁ ସମୟସୀମା ବୃଦ୍ଧି ପାଇଥିଲା । ଶୁକ୍ରବାର ଆବେଦନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେମାନେ ଅଧିକ ସମୟ ମାଗିଥିଲେ ଏବଂ ଚଳିତ ମାସ ଶେଷ ସୁଧା ସମସ୍ତ ଦେୟ ପୈଠ କରିବେ ବୋଲି ପର୍ଯ୍ୟାପ୍ତ ପ୍ରମାଣ ଦେଇଥିଲେ ବୋଲି ସୁତ୍ର ରହିଛି ।

ଯେଉଁ ଖେଳାଳିମାନେ ଏଆଇଏଫ୍‌ଏଫ୍‌ କୁ ପୃଥକ ଭାବରେ ଲେଖିଥିଲେ ସେମାନେ ହେଉଛନ୍ତି ମାର୍ସେଲିହୋ, ମାର୍କୋ ଷ୍ଟାନକୋଭିକ୍, ଡେଭିସନ୍ ରୋଜେରିଓ ଡା ସିଲଭା (ବୋବୋ), ଗିଲ୍ସ ବର୍ଣ୍ଣସ ଏବଂ ମାଥ୍ୟୁ କିଲଗାଲନ ।

ବ୍ରାଉନ୍ ବ୍ୟତୀତ କୋଚିଂ କର୍ମଚାରୀଙ୍କ ମଧ୍ୟରୁ ନିଲ୍ ମ୍ୟାକଡୋନାଲ୍ଡ ଏବଂ ଆଡେନ ଡେଭିସନ ମଧ୍ୟ ଲେଖିଛନ୍ତି ଯେ ସେମାନଙ୍କୁ କ୍ଲବ ତାଙ୍କ ପ୍ରାପ୍ୟ ଦେଇନାହିଁ।

ହାଇଦ୍ରାବାଦ ଏଫସି ଗତ ଫେବୃଆରୀ 20 ରେ ଆଇଏସଏଲରେ ଖେଳିଥିଲା ​​ଏବଂ ସିଜନ 14 ମାର୍ଚ୍ଚରେ ଶେଷ ହୋଇଥିଲା। ହାଇଦ୍ରାବାଦ 18ଟି ମ୍ୟାଚରୁ ମାତ୍ର 10 ପଏଣ୍ଟ ସହ 10 ଟିମ ଗ୍ରୁପରେ ଶେଷ ସ୍ଥାନ ଅଧିକାର କରିଥିଲା ।

@IANS

ABOUT THE AUTHOR

...view details