ହାଇଦ୍ରାବାଦ: ଅର୍ଜୁନ ସମ୍ମାନରେ ସମ୍ମାନିତ ହୋଇଥିବା 26ତମ ଫୁଟବଲ ଖେଳାଳୀ ହେଉଛନ୍ତି ବର୍ତ୍ତମାନର ଜାତୀୟ ଫୁଟବଲ ଟିମର ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ । ତେବେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେଲା ପରେ ଗୁରପ୍ରୀତ ନିଜକୁ ଗର୍ବିତ ଅନୁଭବ କରିଛନ୍ତି ।
'ଆଶା କରୁଛି ମୋର ଅର୍ଜୁନ ପୁରସ୍କାର ପାଇବା ଖେଳାଳୀଙ୍କୁ ପ୍ରେରଣା ଦେବ' - ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ
ଜାତୀୟ ଫୁଟବଲ ଟିମର ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ସେ ଆଶା ରଖିଛନ୍ତି ଯେ, ତାଙ୍କୁ ମିଳୁଥିବା ଅର୍ଜୁନ ପୁରସ୍କାର ପାଇବା ଭାରତୀୟ ପୁଟବଲ ଖେଳାଳୀଙ୍କ ପାଇଁ ପ୍ରେରଣା ଦାୟକ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndianFootball
ତେବେ ଏହି ଅବସରରେ ଗୁରପ୍ରୀତ କହିଛନ୍ତି ଯେ, ମୁଁ ଚାହୁଁଛି ଯେ ମୋର ଏହି ପରିଚୟ ଦେଶର ସମସ୍ତ ଫୁଟବଲ ଖେଳାଳୀଙ୍କୁ ପ୍ରେରିତ କରିବ । ତେବେ ଯାଇ ମୋର ଖୁସି ସାକାର ହେବ। ଗୋଲକିପର ଭାବେ ଗୁରପ୍ରୀତ 4ର୍ଥ ଫୁଟବଲ ଖେଳାଳୀ ଯିଏ ଅର୍ଜୁନ ପୁରସ୍କାର ପାଇଛନ୍ତି । ଏହା ପୂର୍ବରୁ ସୁବ୍ରତ ପାଲ(2016), ବ୍ରହ୍ମାନନ୍ଦ ସଂଖଓ୍ବାଲକର(1997) ଓ ପିଟର ଥଙ୍ଗରାଜ(1967) ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଗୁରପ୍ରୀତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ ଅଖିଳ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଓ ମହାସଚିବ କୁଶାଲ ଦାସ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।