ନୂଆଦିଲ୍ଲୀ:ଆଉନାହାନ୍ତି ହିନ୍ଦୁସ୍ତାନ ଫୁଟବଲ କ୍ଳବର ଚେୟାରମ୍ୟାନ ଦିଲୀପ କୁମାର ବୋସ୍ । ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ହୋଇଥିଲା । ଏପ୍ରିଲ 29ରେ ବସନ୍ତ କୁଞ୍ଜରେ ଇଣ୍ଡିଆନ ସ୍ପାଇନାଲ ଇନଜୁରୀ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।
ଆଇ-ଲିଗ ଦ୍ବିତୀୟ ଡିଭିଜନ ଏକାଧିକବାର ଖେଳିଛନ୍ତି ବୋସ ଓ ଦିଲ୍ଲୀ ସକୋର ଆସୋସିଏସନ ସିନିୟର ଡିଭିଜନ ଲିଗ ବହୁବାର ଜିତିଛନ୍ତି । କିଛି ବର୍ଷ ପାଇଁ ସେ ଫୁଟବଲ ଦିଲ୍ଲୀ(FD)ର କାର୍ଯ୍ୟନିବାହୀ କମିଟି ସଦସ୍ୟ ରହିଥିଲେ ।