ଭାସ୍କୋ(ଗୋଆ): ବିଜୟ ଟ୍ରାକ୍କୁ ଫେରିଲା ନର୍ଥଇଷ୍ଟ ୟୁନାଇଟେଡ । ରବିବାର ଭାସ୍କୋର ତିଳନ ମଇଦାନରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଜାମସେଦପୁରକୁ 2-1ରେ ହରାଇଛି ।
ନର୍ଥଇଷ୍ଟ ୟୁନାଇଟେଡର ଏହି ବିଜୟରେ ମ୍ୟାଚର 36ତମ ମିନିଟରେ ଆଶୁତୋଷ ମେହତା ଓ ଦସନ ବ୍ରାଉନ ସିନିୟର 61ତମ ମିନିଟରେ ଦ୍ବିତୀୟ ଗୋଲ୍ କରିଥିଲେ । ଜାମସେଦପୁର ପାଇଁ ଏକମାତ୍ର ଗୋଲ୍ 89ତମ ମିନିଟରେ ପିଟର ହର୍ଟଲେ କରିଥିଲେ ।