ଓଡିଶା

odisha

ETV Bharat / sports

ହେର୍ଥା ବର୍ଲିନର ମିଡଫିଲଡର ମାଟେଓଙ୍କୁ କୋରୋନା - ହେର୍ଥା ବର୍ଲିନର ମିଡ ଫିଲଡର ମାଟେଓ ଗୁଏଣ୍ଡୁଜି

କୋରୋନା ଆକ୍ରାନ୍ତ ହେଲେ ହେର୍ଥା ବର୍ଲିନର ମିଡଫିଲଡର ମାଟେଓ ଗୁଏଣ୍ଡୁଜି । ଏହାପରେ ସେ ଚଳିତ ସିଜନ ଚମ୍ପିୟାନ୍ସ ଲିଗ ଖେଲିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଅଧିକ ପଢ଼ନ୍ତୁ...

ହେର୍ଥା ବର୍ଲିନର ମିଡଫିଲଡର ମାଟେଓ ଗୁଏଣ୍ଡୁଜିଙ୍କୁ କୋରୋନା
ହେର୍ଥା ବର୍ଲିନର ମିଡଫିଲଡର ମାଟେଓ ଗୁଏଣ୍ଡୁଜିଙ୍କୁ କୋରୋନା

By

Published : Oct 15, 2020, 10:15 PM IST

ବର୍ଲିନ: ହେର୍ଥା ବର୍ଲିନ ଫୁଟବଲ କ୍ଲବର ମିଡ ଫିଲଡର ମାଟେଓ ଗୁଏଣ୍ଡୁଜି କୋରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଗତ କିଛିଦିନ ତଳେ ମାଟେଓ ଫ୍ରାନ୍ସର 21 ବର୍ଷରୁ କମ ଜାତୀୟ ଦଳର ପ୍ରତିନିଧିତ୍ବ କରିଥିଲେ । ଦୁଇଟି ମ୍ୟାଚ ଖେଲି ସେ ଫ୍ରାନ୍ସକୁ ବିଜୟୀ କରାଇଥିଲେ । ପ୍ରଥମ ମ୍ୟାଚରେ ସେ ଲିଚଟେଷ୍ଟାଇନ ବିରୋଧରେ 5-0 ଓ ଦ୍ବିତୀୟ ମ୍ୟାଚରେ ସ୍ଲୋଭାକିଆ ବିରୋଧରେ 1-0 ଗୋଲରେ ବିଜୟୀ ହୋଇଥିଲା ଫ୍ରାନ୍ସ ।

ତେବେ ଫ୍ରାନ୍ସରୁ ଫେରିବା ପରେ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଚଳିତ ସିଜନରେ ସେ ହେର୍ଥା ବର୍ଲିନ ପକ୍ଷରୁ ଷ୍ଟଟଗାର୍ଟରେ ବିରୋଧରେ ଡେବ୍ୟୁ କରିଥାନ୍ତେ । ତେବେ ଖେଳିବା ପୂର୍ବରୁ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା। ଏହାପରେ ସେ ଗତ ମଙ୍ଗଳବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ହେର୍ଥା ବର୍ଲିନ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ 10 ଦିନ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି। ଫଳରେ ହେର୍ଥାବର୍ଲିନ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚିତ ହେବେ ମାଟେଓ ଗୁଏଣ୍ଡୁଜି।

ABOUT THE AUTHOR

...view details