ଓଡିଶା

odisha

ETV Bharat / sports

ହିରୋ ସୁପର କପ: ଚେନ୍ନାୟାନ 4ର୍ଥ ସେମିଫାଇନାଲିଷ୍ଟ, 9 ରୁ ସେମିଫାଇନାଲ ଲଢେଇ - football;

ହିରୋ ସୁପର କପର ଶେଷ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ନର୍ଥ ଇଷ୍ଟ ୟୁନାଇଟେଡ଼କୁ ଚେନ୍ନାୟାନ2-1 ଗୋଲରେ ପରାସ୍ତ କରିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

By

Published : Apr 8, 2019, 6:32 AM IST

Updated : Apr 8, 2019, 7:21 AM IST

ଭୁବନେଶ୍ୱର: ହିରୋ ସୁପର କପର ଶେଷ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ନର୍ଥ ଇଷ୍ଟ ୟୁନାଇଟେଡ଼କୁ ଚେନ୍ନାୟାନ2-1 ଗୋଲରେ ପରାସ୍ତ କରିଛି । ତେବେ ଏହି ବିଜୟ ସହ ସେମିଫାଇନାଲକୁ 4ର୍ଥ ସେମିଫାଇନାଲିଷ୍ଟ ଭାବେ ପ୍ରବେଶ କରିଛି ଚେନ୍ନାୟାନ । ଆସନ୍ତା ମଙ୍ଗଳବାର ଓ ବୁଧବାର ଯଥାକ୍ରମେ ଖେଳାଯିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ।

ଏହା ପୂର୍ବରୁ ଚେନ୍ନାଇ ସିଟି, ଗୋଆ ଏଫସି ଏବଂ ଏଟିକେ ସେମିଫାଇନାଲ ଟିକେଟ ହାସଲ କରିସାରିଛନ୍ତି । ପ୍ରଥମ ସେମିଫାଇନାଲ ମ୍ୟାଚରେ ଚେନ୍ନାଇ ସିଟି ଗୋଆକୁ ଭେଟିବ । ଅନ୍ୟପଟେ ଆଜି ମ୍ୟାଚର ବିଜେତା ଚେନ୍ନାୟାନର ମୁକାବିଲା ଏଟିକେ ସହିତ ହେବ । ତେବେ ଫାଇନାଲ ମ୍ୟାଚ ଆସନ୍ତା 13 ତାରିଖରେ ହେବାର ଯୋଜନା ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଆଜିର ଏହି ଶେଷ କ୍ୱାଟରରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିଥିଲା । ଖେଳର ପ୍ରଥମାର୍ଦ୍ଧରେ ସମସ୍ତ ଗୋଲ ସ୍କୋର ହୋଇଥିବାବେଳେ ଦ୍ଵିତୀୟାର୍ଦ୍ଧ ବିନା ଗୋଲରେ ଶେଷ ହୋଇଥିଲା ମ୍ୟାଚ । ମ୍ୟାଚର ପ୍ରଥମ 9 ମିନିଟରେ ନର୍ଥ ଇଷ୍ଟର ରୋଲିଂ ବୋରଜେସ ପ୍ରଥମ ଗୋଲ ଦେଇଥିଲେ । ମାତ୍ର ସେ ଦଳକୁ ବିଜୟର ସ୍ୱାଦ ଚାଖଇ ପାରି ନଥିଲେ । ପରବର୍ତୀ ସମୟରେ ଚେନ୍ନାୟନର କ୍ୟାପ୍ଟେନ ମାଲସନ ଅନିରୂଦ୍ଧ ଥାପ୍ପାଙ୍କ ଏକ ପାସକୁ ହେଡ ମାରି ଗୋଲରେ ରୂପାନ୍ତରିତ କରିଥିଲେ ଦଳର ଷ୍ଟ୍ରାଇକର । ଏହାର 7 ମିନିଟ ଅନ୍ତରରେ ଅର୍ଥାତ 40ତମ ମିନିଟରେ ଅନିରୁଦ୍ଧ ପରବର୍ତ୍ତୀ ଗୋଲ ସ୍କୋର କାରିଥିଲେ । ଯାହାର ଫଳ ସ୍ୱରୂପ ଅନିରୁଦ୍ଧଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Apr 8, 2019, 7:21 AM IST

For All Latest Updates

ABOUT THE AUTHOR

...view details