ଓଡିଶା

odisha

ETV Bharat / sports

ହିରୋ ସୁପର କପ: ଗୋଆକୁ ଟାଇଟଲ - hero super cup

ହିରୋ ସୁପର କପର ଚାମ୍ପିଆନ ହେଲା ଏଫସି ଗୋଆ । ଚେନ୍ନାଇନକୁ 2-1ଗୋଲ ବ୍ୟବଧାନରେ ହରାଇ ହିରୋ ସୁପର କପର ନୂଆ ଚାମ୍ପିଆନ ହୋଇଛି ଏଫସି ଗୋଆ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Apr 14, 2019, 8:28 AM IST

Updated : Apr 14, 2019, 4:45 PM IST

ଭୁବନେଶ୍ବର: ହିରୋ ସୁପର କପର ଚମ୍ପିଆନ ହେଲା ଏଫସି ଗୋଆ। ଫାଇନାଲରେ ଚେନ୍ନାୟାନକୁ 2-1ଗୋଲ ବ୍ୟବଧାନରେ ହରାଇ ହିରୋ ସୁପର କପର ଚମ୍ପିଆନ ହୋଇଛି ଏଫସି ଗୋଆ। ଗତ ମାସ 15 ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ହିରୋ ସୁପର କପର ଦ୍ଵିତୀୟ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ଚେନ୍ନାଇ ସିଟିକୁ 3-0ଗୋଲରେ ହରାଇ ଗୋଆ ଏବଂ ଦ୍ଵିତୀୟ ସେମିଫାଇନାଲରେ ଏଟିକେ କୁ 2-0ଗୋଲରେ ହରାଇ ଚେନ୍ନାଇନ ଫାଇନଲକୁ ପ୍ରବେଶ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫାଇନାଲ ଖେଳ ଆରମ୍ଭରୁ ଉଭୟ ପକ୍ଷ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ଆରମ୍ଭରୁ ଉଭୟ ଦଳ ପକ୍ଷରୁ ଖେଳ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଫଳରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା । ଖେଳର ଦ୍ଵିତୀୟାର୍ଦ୍ଧରେ ଗୋଆର କୋରୋମିନସ 50 ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ । ଯାହାକୁ ଚେନ୍ନାୟାନର ରାଫେଲ ଅଗୁଷ୍ଟ 54ମିନିଟ ସମୟରେ ବରାବର କରିଦେଇଥିଲେ। ପୁଣି ଗୋଆର ବେନି ଫର୍ଣ୍ଣାଦେଶ 62 ମିନିଟ ସମୟରେ ଦଳ ପକ୍ଷରୁ ଆଉ ଏକ ଗୋଲ ଦେଇ ସ୍କୋରକୁ 2-1 କରିଦେଇଥିଲେ । ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରତିପକ୍ଷ ଗୋଲ ପରିଶୋଧ କରିବାରେ ଅସମର୍ଥ ହୋଇଥିଲେ । ବହୁ ରୋମାଞ୍ଚକ ଅବସ୍ଥାରେ ଖେଳ ଶେଷ ହେବା ସହିତ ଚଳିତ ସିଜିନର ଗୋଆ ନୂଆ ଚମ୍ପିଆନ ହୋଇଥିଲା।

ଅଧିକ ପଢନ୍ତୁ: ସିଙ୍ଗାପୁର ଓପନ: ଶେଷ ହେଲା ସିନ୍ଧୁଙ୍କ ଅଭିଯାନ

ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ ପାଇଁ ଗୋଆର ଗୋଲ କିପର ମହମ୍ମଦ ନୱାଜଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଗୋଆର ଖେଳାଳି କାରୋମିନସଙ୍କୁ ହିରୋ ଅଫ ଦ ଟୁର୍ଣ୍ଣମେଣ୍ଟ ହିସାବରେ ପୁରସ୍କାର ପ୍ରଦାନ କରାଯାଇଛି।ଏହି ବାବଦକୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ: ସରିବ ସସପେନ୍ସ, ସୋମବାର ବିଶ୍ବକପ ପାଇଁ ଦଳ ଘୋଷଣା

ସେହିପରି ପ୍ରତିଯୋଗିତାର ଚାମ୍ପିଆନ ଟିମକୁ 25 ଲକ୍ଷ ଓ ରନର୍ସ ଅପ ଟିମ କୁ 15 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।


ଫାଇନାଲ ମ୍ୟାଚ ଦେଖିବାକୁ ଚେନ୍ନାଇନ ସହମାଲିକ ଅଭିଷେକ ବଚ୍ଚନ ଆସିଥିଲେ।ଦର୍ଶକ ଗ୍ୟାଲେରିରେ ବସି ସେ ନିଜର ଖେଳାଳିଙ୍କ ଉତ୍ସାହିତ କରିଥିଲେ ମଧ୍ୟ ଟିମ ହାରିଯିବାରୁ ନିରାଶ ହୋଇଥିଲେ।ତେବେ ସେ ଖେଳ ଶେଷରେ ପଡିଆକୁ ଯାଇ ତାଙ୍କ ଖେଳାଳି ମାନଙ୍କ ସହିତ ମିଶିବା ସହିତ ସେମାନଙ୍କୁ ସମବେଦନା ଜଣାଇଥିବା ଦେଖିବାକୁ ମିଳିଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Apr 14, 2019, 4:45 PM IST

ABOUT THE AUTHOR

...view details