ଓଡିଶା

odisha

ETV Bharat / sports

ପରଲୋକରେ ଲିଭରପୁଲର ପୂର୍ବତନ କୋଚ ଜେରାର୍ଡ ହୁଲିଅର - ଲିଭରପୁଲ କୋଚ ଜେରାର୍ଡ ହୁଲିଅର

ପରଲୋକରେ ଇଂଲିସ ଫୁଟବଲ କ୍ଳବ ଲିଭରପୁଲର ପୂର୍ବତନ କୋଚ ଜେରାର୍ଡ ହୁଲିଅର । ଅଧିକ ପଢନ୍ତୁ...

Gerard Houllier, former Liverpool coach, dies at 73
ପରଲୋକରେ ଲିଭରପୁଲର ବିଜୟୀ କୋଚ ଜେରାର୍ଡ ହୁଲିଅର

By

Published : Dec 15, 2020, 4:00 PM IST

ପ୍ୟାରିସ: ପରଲୋକରେ ଖ୍ୟାତନାମା ଫୁଟବଲ କୋଚ ଜେରାର୍ଡ ହୁଲିଅର । ଇଂଲିସ ଫୁଟବଲ କ୍ଳବ ଲିଭରପୁଲର କୋଚ ଭାବେ ଗୋଟିଏ ସିଜିନରେ ସେ 3ଟି ଟାଇଟେଲ ବିଜୟୀ ହୋଇଥିଲେ ।

ହୁଲିଅରଙ୍କ ମୃତ୍ୟୁ ନେଇ ଲିଭରପୁଲ ପକ୍ଷରୁ ସୋମବାର ଟ୍ବିଟ ଯୋଗେଁ ସୂଚନା ଦିଆଯାଇଥିଲା । ଏକ ପ୍ରମୁଖ ଫ୍ରେଞ୍ଚ୍ ୱେବସାଇଟରେ ପ୍ରକାଶିତ ସୂଚନା ଅନୁଯାୟୀ, ହାର୍ଟ ସର୍ଜରୀ ପରେ ଫ୍ରାନ୍ସରେ ତାଙ୍କର ଦେହାନ୍ତ ହୋଇଛି । ଲିଭରପୁଲ ପକ୍ଷରୁ କୋଚ ହୁଲିଅରଙ୍କ ମୃତ୍ୟୁରେ ଶୋକବାର୍ତ୍ତା ସହ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।

1947ରେ ଜନ୍ମିତ ହୁଲିଅରଙ୍କର ଲିଭରପୁଲ ଫୁଟବଲ କ୍ଳବ ପାଇଁ ଅନେକ ଅବଦାନ ରହିଛି । ବର୍ଷ 1990ରେ ଫ୍ରାନ୍ସ ଜାତୀୟ ଟିମର ମଧ୍ୟ ସେ କୋଚ ଭାବେ କାର୍ଯ୍ୟ କରିଛନ୍ତି । ତେବେ 1994 ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଅସମର୍ଥ ହେବାରୁ ସେ କୋଚ ଦାୟିତ୍ବରୁ ମୁକ୍ତ ହୋଇଥିଲେ ।

ବର୍ଷ 2001ରେ ହାର୍ଟରେ ସଂକ୍ରମଣ ଜଣାପଡିବା ପରେ ହୁଲିଅରଙ୍କ ହାର୍ଟରେ ସର୍ଜରୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details