ସଙ୍ଘାଇ: ଭାରତ ରାସ୍ତାରେ ଚୀନ । ଭାରତରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପରେ ବୃହତ ଫୁଟବଲ ଷ୍ଟାଡିୟମ ନିର୍ମାଣରେ ଲାଗିଛି ଚୀନ । ଚାଇନିଜ ଚମ୍ପିଆନସ ଗୁଆଙ୍ଗଜହୋ ଏଭରଗ୍ରାଣ୍ଡ12 ମିଲିୟନ ୟୋଅନ(1.7 ବିଲିୟନ ଡଲାର) ଅର୍ଥରାଶି ମୂଲ୍ୟରେ ଏହି ଫୁଟବଲ ଷ୍ଟାଡିୟମ ନିର୍ମାଣ କରୁଛନ୍ତି । ଏହି ଷ୍ଟାଡିୟମର ଦର୍ଶକ କ୍ଷମତା 100,000 ରହିଛି ।
ଚୀନରେ ନିର୍ମାଣ ହେଉଛି ବିଶ୍ବର ସର୍ବବୃହତ ଫୁଟବଲ ଷ୍ଟାଡିୟମ - largest football venue
ଭାରତ ରାସ୍ତାରେ ଚୀନ । ଭାରତରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପରେ ବୃହତ ଫୁଟବଲ ଷ୍ଟାଡିୟମ ନିର୍ମାଣରେ ଲାଗିଛି ଚୀନ । ଚାଇନିଜ ଚମ୍ପିଆନସ ଗୁଆଙ୍ଗଜହୋ ଏଭରଗ୍ରାଣ୍ଡ 12 ମିଲିୟନ ୟୋଅନ(1.7 ବିଲିୟନ ଡଲାର) ଅର୍ଥରାଶି ମୂଲ୍ୟରେ ଏହି ଫୁଟବଲ ଷ୍ଟାଡିୟମ ନିର୍ମାଣ କରୁଛନ୍ତି ।
![ଚୀନରେ ନିର୍ମାଣ ହେଉଛି ବିଶ୍ବର ସର୍ବବୃହତ ଫୁଟବଲ ଷ୍ଟାଡିୟମ Gaungzhou starts work on world's largest football venue](https://etvbharatimages.akamaized.net/etvbharat/prod-images/768-512-6822974-405-6822974-1587089397928.jpg)
ଚୀନରେ ନିର୍ମାଣ ହେଉଛି ବିଶ୍ବର ସର୍ବବୃହତ ଫୁଟବଲ ଷ୍ଟାଡିୟମ
ଏହି ଷ୍ଟାଡିୟମ ଐତିହାସିକ ବାରସେଲୋନାର କ୍ୟାମ୍ପ ନୋଉ ଠାରୁ ଆକାରରେ ବଡ । ଚାଇନିଜ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ,2022 ସୁଦ୍ଧା ଷ୍ଟାଡିୟମ ସଂପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି । ତେବେ ଏହି ଷ୍ଟାଡିୟମର ଡିଜାଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଷ୍ଟାଡିୟମର ଚର୍ତୁପାର୍ଶ୍ବରେ ପଦ୍ମ ପାଖୁଡା ଆକାରର ସୂକ୍ଷ୍ମ କାରିଗରି ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ