କଟକ:ପୁଣି ଜଣେ ଫୁଟବଲ ତାରକାଙ୍କ ଦେହାନ୍ତ । ଓଡିଶା ଫୁଟବଲ ସଂଘକୁ ଲାଗିଲା ଶକ୍ତ ଝଟକା । 63 ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ତାରକା କିଶୋର ଦାସ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ରାଉରକେଲାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଓଡିଶା ପାଇଁ ସେ ଆଣିଛନ୍ତି ଅନେକ ଗୌରବ । ସମ୍ମାନଜନକ ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରି ସେ ତାଙ୍କର ବଳିଷ୍ଠ ପ୍ରତିଭାର ପ୍ରଦର୍ଶନ କରିଥିଲେ । କଟକ ଜୟ ଦୁର୍ଗା କ୍ଳବ ପକ୍ଷରୁ ଅନେକ ମ୍ୟାଚ ଖେଳିଛନ୍ତି ସେ ।