ଓଡିଶା

odisha

ପୂର୍ବତନ ଭାରତୀୟ ଫୁଟବଲର୍ ମଣିଟୋମ୍ବି ସିଂଙ୍କ ଦେହାନ୍ତ

By

Published : Aug 9, 2020, 11:02 PM IST

ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଏଫ୍ଏଫ୍) ମଣିଟୋମ୍ବୀଙ୍କୁ ସମବେଦନା ଜଣାଇଛି ।

ପୂର୍ବତନ ଭାରତୀୟ ଫୁଟବଲର୍ ମଣିଟୋମ୍ବି ସିଂଙ୍କ ଦେହାନ୍ତ
ପୂର୍ବତନ ଭାରତୀୟ ଫୁଟବଲର୍ ମଣିଟୋମ୍ବି ସିଂଙ୍କ ଦେହାନ୍ତ

କୋଲକାତା: ପୂର୍ବତନ ଭାରତୀୟ ଫୁଟବଲର୍ ଲୈଶ୍ରମ ମଣିଟୋମ୍ବି ସିଂଙ୍କ ରବିବାର ଦେହାନ୍ତ ହୋଇଛି। ତେବେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଏଫ୍ଏଫ୍) ମଣିଟୋମ୍ବୀଙ୍କୁ ସମବେଦନା ଜଣାଇଛି ।

ସେ 2002 ମସିହାରେ ଭିଏତନାମର ହୋ ଚି ମିନ୍ ସିଟିରେ ଏଲଜି କପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ତେବେ ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କ 39 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଆୟୋଜକ ଭିଏତନାମ ବିପକ୍ଷରେ 6 ଅଗଷ୍ଟ 2002 ରେ ସେ ଡେବ୍ୟୁ କରିଥିଲେ । ସେହି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବା ବ୍ୟତୀତ ସେ ୱାଟଫୋର୍ଡ ଏବଂ ୱୋଲଭରହମ୍ପଟନରେ ଜାମାଇକା ବିପକ୍ଷରେ ଦୁଇଟି ବନ୍ଧୁତ୍ବ ମ୍ୟାଚ ଖେଳିଥିଲେ ।

ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନର ସଭାପତି ପ୍ରଫୁଲ୍ଲ ପଟେଲ ଏକ ଟ୍ବିଟ କରି କହିଛନ୍ତି, "ମଣିଟୋମ୍ବି ସିଂ ଆଉ ନାହାଁନ୍ତି ଶୁଣିବା ଦୁଃଖ ଦାୟକ । ’’

ତେବେ କ୍ଲବ ସ୍ତରରେ ସେ 2004 ରେ ଏୟାରଲାଇନ୍ସ ଗୋଲ୍ଡ କପ୍ ଜିତିଥିବା ମୋହନ ବାଗାନ ଦଳର ଅଧିନାୟକ ଥିଲେ । ସେ ଲଗାତାର ଦୁଇଥର (2003-2004) ଋତୁ ପାଇଁ ସର୍ବାଧିକ ଗୋଲ ସ୍କୋରରେ ଥିଲେ ।

ABOUT THE AUTHOR

...view details