ପ୍ୟାରିସ୍: ଦିନେ ଦୁଇ ଦିନ କି ବର୍ଷେ ନୁହେଁ, ଦୀର୍ଘ 39 ବର୍ଷ କୋମାରେ ରହି ଶେଷରେ ଆଖି ବୁଜିଛନ୍ତି ଜଣେ ଫୁଟବଲ ଖେଳାଳି । ଜର୍ମାନୀର ଲୋକପ୍ରିୟ ଫୁଟବଲ ଖେଳାଳି ଜିନ୍-ପିଏରେ-ଆଡାମ୍ସ 39 ବର୍ଷ କୋମାରେ ରହିବା ପରେ ୭୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ମାତ୍ର ୩୩ ବର୍ଷ ବୟସରେ ଡାକ୍ତରଙ୍କ ତ୍ରୁଟି କାରଣରୁ କୋମାକୁ ଚାଲି ଯାଇଥିଲେ ଆଡାମ୍ସ ।
ଆଉ ସେବେ ଠାରୁ ଏକ ଅଭିଶପ୍ତ ଜୀବନ ବିତାଉଥିଲେ ଏହି ପ୍ରତିଭାବାନ ତାରକା । ସୂଚନା ଅନୁଯାୟୀ ଏକ ସାମାନ୍ୟ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଆଡାମ୍ସ । ମାତ୍ର ଡାକ୍ତର ଭୁଲ୍ ବଶତଃ ତାଙ୍କୁ ମାତ୍ରାଧିକ ନିଶ୍ଚେତକ ଦେଇଥିଲେ । ଫଳରେ ମସ୍ତିଷ୍କାଘାତରେ ଶିକାର ହୋଇ ଚେତା ହରାଇଥିଲେ ଆଡାମ୍ସ । ୧୯୮୨ ମସିହାରେ ଏହି ବିବାଦୀୟ ଦୁର୍ଘଟଣା ସମଗ୍ର ଫୁଟବଲ୍ ଜଗତକୁ ଦୋହଲାଇ ଦେଇଥିଲା ।