ସିଡନି: ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଓ କ୍ରିଷ୍ଟଲ ପ୍ୟାଲେସ ମିଡଫିଲ୍ଡର, ମିଲ ଜେଡିନାକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । 35 ବର୍ଷ ବୟସରେ ଫୁଟବଲକୁ ବିଦାୟ କହିଛନ୍ତି ଭେଟେରାନ ଜେଡିନାକ । ଅବସର ନେଇ ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ପେଜ୍ ରେ ସୂଚନା ଦେଇଛନ୍ତି ।
"ଏକ ନୂଆ ଆରମ୍ଭ ପାଇଁ ସମୟ ଆସିଯାଇଛି" ଅବସରକାଳୀନ ବାର୍ତ୍ତାରେ ଏହା ଲେଖିଛନ୍ତି ପୂର୍ବତନ କଙ୍ଗାରୁ ଟିମ କ୍ୟାପଟେନ । ଏଥିସହିତ ସମସ୍ତ କ୍ଳବ, ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରିଷ୍ଟଲ ପ୍ୟାଲେସ ପକ୍ଷରୁ ମଧ୍ୟ ଜେଡିନାକଙ୍କୁ 'କ୍ଳବର କିମ୍ବଦନ୍ତୀ' କୁହାଯିବା ସହ ଶୁଭେଚ୍ଛା ଜଣାଯାଇଛି ।