କଟକ: ପୁଣି ଜଣେ ତାରକା ଫୁଟବଲ ଖେଳାଳିକୁ ହରାଇଲା ଓଡିଶା । ଆରପାରିରେ ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଆସିତ ପାତ୍ର । ବିଭିନ୍ନ ରୋଗ ଯୋଗୁଁ ସେ 64 ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୟୁରଭଞ୍ଜ ଜିଲା ବାରିପଦାରୁ ଆସି ଓଡିଶା ପାଇଁ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିଲେ ସେ ।
1970 ମସିହାରେ ସନ୍ତୋଷ ଟ୍ରଫିରେ ଓଡିଶାକୁ ପ୍ରତିନିଧିତ୍ୱ କରିଥିଲେ ସେ । ସେ ଓଡିଶା ପୋଲିସ ଓ ଓଡିଶା ର ବିଭିନ୍ନ କ୍ଳବ ପକ୍ଷରୁ ନିଜର ଦକ୍ଷତା ମଧ୍ୟ ଦେଖାଇ ଥିଲେ । ତେବେ ତାଙ୍କର ଦେହାନ୍ତରେ ଗଭୀର ମର୍ମାହତ ହୋଇଛି ଓଡ଼ିଶା କ୍ରୀଡା ଜଗତ । ଓଡିଶା ଫୁଟବଲ ସଂଘ ପକ୍ଷରୁ ଆସିତଙ୍କ ପରିବାରକୁ ଜଣାଯାଇଛି ସମବେଦନା ।
ଓଡିଶା ଫୁଟବଲ କ୍ରୀଡାକୁ ପୁଣି ଝଟକା, ଆରପାରିରେ ଆସିତ - ଓଡିଶା ଫୁଟବଲ
ଆରପାରିରେ ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଆସିତ ପାତ୍ର । ବିଭିନ୍ନ ରୋଗ ଯୋଗୁଁ ସେ 64 ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ...
![ଓଡିଶା ଫୁଟବଲ କ୍ରୀଡାକୁ ପୁଣି ଝଟକା, ଆରପାରିରେ ଆସିତ ଓଡିଶା ଫୁଟବଲ କ୍ରୀଡାକୁ ପୁଣି ଝଟକା , ଆରପାରିରେ ଆସିତ](https://etvbharatimages.akamaized.net/etvbharat/prod-images/768-512-11824065-552-11824065-1621444919014.jpg)
ଓଡିଶା ଫୁଟବଲ କ୍ରୀଡାକୁ ପୁଣି ଝଟକା , ଆରପାରିରେ ଆସିତ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ