ଓଡିଶା

odisha

By

Published : May 31, 2021, 7:46 PM IST

ETV Bharat / sports

FIFA ବିଶ୍ବକପ 2022: ଚାଇନାରୁ ସ୍ଥାନାନ୍ତର ଏସିଆନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌

ଚାଇନାରେ ଖେଳାଯିବନି କ୍ବାତାରରେ ହେବାକୁ ଥିବା FIFA ବିଶ୍ବକପ 2022 ପାଇଁ ଏସିଆନ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ ଏ ମ୍ୟାଚ୍‌ । ଅଧିକ ପଢନ୍ତୁ...

FIFA WC 2022: Group A matches of Asian qualifiers moved from China to neutral venue
FIFA ବିଶ୍ବକପ 2022: ଚାଇନାରୁ ସ୍ଥାନାନ୍ତର ଏସିଆନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌

କ୍ବାଲା ଲାମପୁର: ଏସିଆନ ଫୁଟବଲ ମହାସଂଘ ସୋମବାର ବଡ ନିଷ୍ପତ୍ତି ନେଇଛି । କ୍ବାତାରରେ ହେବାକୁ ଥିବା FIFA ବିଶ୍ବକପ 2022 ପାଇଁ ଏସିଆନ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ ଏ ମ୍ୟାଚ୍‌ ଓ ଚାଇନାରେ ଖେଳାଯିବାକୁ ଥିବା AFC ଏସିଆନ କପ ମ୍ୟାଚ ଚାଇନାରେ ଖେଳାଯିବନି । ଏହି ମ୍ୟାଚ ଗୁଡିକୁ ଏକ ନ୍ୟୁଟ୍ରାଲ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଥିବା ଘୋଷଣା କରିଛି AFC । ତେବେ ନ୍ୟୁଟ୍ରାଲ ଭେନ୍ୟୁର ନାମ ଘୋଷଣା କରାଯାଇନଥିଲେ ମଧ୍ୟ ଖୁବଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ଏକାଧିକ ଅଂଶଗ୍ରହଣକାରୀ ଟିମ ଚାଇନା ଗସ୍ତ କରିବାକୁ ଅମଙ୍ଗ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ AFC ପକ୍ଷରୁ ଏକ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି ।

ଚାଇନିଜ ଫୁଟବଲ ଆସୋସିଏସନ ସହ ଆଲୋଚନା ଜାରି ରହିଛି । ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ସଫଳତାର ସହ ଏସିଆନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଗୁଡିକ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା ହେଉଥିବା ଫୁଟବଲର ସର୍ବୋଚ୍ଚ ପରିଚାଳନା ବୋର୍ଡ ଘୋଷଣା କରିଛି । ତେବେ ପୂର୍ବରୁ ଧାର୍ଯ୍ୟ ଜୁନ 15, 2021 ସୁଦ୍ଧା ସମସ୍ତ ମ୍ୟାଚ ଶେଷ କରିବାକୁ AFC ଲକ୍ଷ୍ୟ ରଖିଛି ।

ସିରିୟା ଲଗାତାର 5ଟି ବିଜୟରୁ 15 ପଏଣ୍ଟ ସହ ଗ୍ରୁପ ଏ'ର ଶୀର୍ଷରେ ରହିଛି । ଅନ୍ୟପଟେ ରବିବାର ଗୁଆମ ବିପକ୍ଷରେ 7-0ରେ ହରାଇବା ପରେ ମୋଟ 10 ପଏଣ୍ଟ ସହ ଚାଇନା ଦ୍ବିତୀୟ ସ୍ଥାନରେ ରହିଛି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଏସିଆନ କ୍ବାଲିଫାୟର୍ସ ଦ୍ବିତୀୟ ରାଉଣ୍ଡ ବାଧାପ୍ରାପ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details