ପ୍ୟାରିସ: କୋରନା ମହାମାରୀରେ ପରିଣତ ହୋଇ ସାରିଛି । ଏନେଇ ସମସ୍ତ କ୍ରୀଡା ମହାସଂଘ ପକ୍ଷରୁ ଖେଳକୁ ବାତିଲ କରିବା ସହ ସ୍ଥଗିତ କରାଯାଉଛି । ଏନେଇ ଫିଫା ସୁପାରିଶ କରିଛି ଯେ, ମାର୍ଚ୍ଚ ଓ ଏପ୍ରିଲରେ ହେବାକୁ ଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ଫୁଟବଲ ମ୍ୟାଚକୁ ସ୍ଥଗିତ କରାଯାଉ ।
ସମସ୍ତ ଅନ୍ତରାଷ୍ଟ୍ରୀୟ ଫୁଟବଲ ମ୍ୟାଚକୁ ସ୍ଥଗିତ କରାଯାଉ:ଫିଫା
ସାରା ବିଶ୍ବକୁ ଡରାଉଛି କୋରନା । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷାକୁ ନଜରରେ ରଖି ଫିଫା କହିଛିଯେ, ମାର୍ଚ୍ଚ ଓ ଏପ୍ରିଲରେ ହେବାକୁ ଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ଫୁଟବଲ ମ୍ୟାଚକୁ ସ୍ଥଗିତ କରାଯାଉ ।
fifa
ବିଶ୍ବ ଫୁଟବଲ ସଞ୍ଚାଳନ ସଂସ୍ଥା କହିଛି ଯେ, ଏସିଆ ଓ ଦ.ଆମେରିକାର 2ଟିରେ ସ୍ଥଗିତ ହୋଇଥିବା 2020 ବିଶ୍ବକପର କ୍ବାଲିଫାଇଙ୍ଗ ମ୍ୟାଚରେ ତାରିଖ ନିର୍ଦ୍ଧାରଣ ଉପରେ କାମ କରୁଛୁ ।
ମାର୍ଚ୍ଚ ଓ ଏପ୍ରିଲରେ ପ୍ରଥମେ ନିର୍ଦ୍ଧାରିତ ସମସ୍ତ ଅନ୍ତରାଷ୍ଟ୍ରୀୟ ସ୍ଥଗିତ ରହିବ । ଯେତେବେଳ ଯାଏଁ କରୋନାର ସଙ୍କଟ ଟଳି ଯିବ ।