ପାଣାଜୀ: ବୁଧବାର ହାଇଦ୍ରାବାଦ ଏଫ୍ସି - ଜାମସେଦପୁର ଏଫ୍ସି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚ ଡ୍ର ରହିଛି । ହାଇଦ୍ରାବାଦ ଏଫ୍ସି ପକ୍ଷରୁ ଏରିଡେନ ସାଣ୍ଟାନା ମ୍ୟାଚର 50 ମିନିଟ୍ରେ ବିପକ୍ଷ ଗୋଲ୍ପୋଷ୍ଟରେ ଗୋଲ୍ ମାରି ସ୍କୋରକୁ 1-0କୁ ଆଣିଥିଲେ ।
ISL7: ଡ୍ର ରହିଲା ଜାମସେଦପୁର-ହାଇଦ୍ରାବାଦ ମ୍ୟାଚ - ଇଜେ
ବୁଧବାର ହାଇଦ୍ରାବାଦ ଏଫ୍ସି - ଜାମସେଦପୁର ଏଫ୍ସି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚ ଡ୍ର ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..
![ISL7: ଡ୍ର ରହିଲା ଜାମସେଦପୁର-ହାଇଦ୍ରାବାଦ ମ୍ୟାଚ ISL 7: ଡ୍ର ରହିଲା ଜାମସେଦପୁର - ହାଇଦ୍ରାବାଦ ମ୍ୟାଚ](https://etvbharatimages.akamaized.net/etvbharat/prod-images/768-512-9744757-thumbnail-3x2-gh.jpg)
ISL 7: ଡ୍ର ରହିଲା ଜାମସେଦପୁର - ହାଇଦ୍ରାବାଦ ମ୍ୟାଚ
ଏହାପରେ ମ୍ୟାଚର ଠିକ୍ 85ମିନିଟ୍ରେ ଜାମସେଦପୁର ଏଫ୍ସି ପକ୍ଷରୁ ଇଜେ ଗୋଲ୍ କରି ଦଳକୁ ପରାଜୟରୁ ରକ୍ଷା କରିଥିଲେ ଓ ମ୍ୟାଚର ନିର୍ଦ୍ଧାରିତ ସମୟରେ ସ୍କୋର 1-1 ରହିଥିଲା ।
ଉଭୟ ଦଳର ଏହା 3ୟ ମ୍ୟାଚ ଥିଲା । ହାଇଦ୍ରାବାଦକୁ ଗୋଟିଏ ମ୍ୟାଚରେ ବିଜୟ ମିଳିଥିବାବେଳେ 2ଟି ଡ୍ର ମ୍ୟାଚ ଖେଳିଛି । ଅନ୍ୟପଟେ ସିଜନର 2ୟ ଡ୍ର ମ୍ୟାଚ ଖେଳିଥିବା ଜାମସେଦପୁର ଏଫ୍ସି 2 ଅଙ୍କ ସହ 8ମ ସ୍ଥାନରେ ରହିଛି ।