ଲଣ୍ଡନ:ଇଂଲିସ ଫୁଟବଲ ଲିଗ(EFL)ର 112 ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଦ୍ୟତମ କୋରୋନା ଭାଇରସ ପରୀକ୍ଷାରେ ପଜିଟିଭ ନେଇ ଶୁକ୍ରବାର ଇଏଫଏଲ ପକ୍ଷରୁ ଘୋଷଣା କରାଯାଇଛି ।
ଏଥିସହ 3,507 ଜଣ ଖେଳାଳି ଓ 66EFL କ୍ଳବ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଦସ୍ୟଙ୍କୁ ସରକାରର ତତ୍ତ୍ବାବଧାନରେ 10 ଦିନ ସଙ୍ଗରୋଧରେ ରଖାଯାଉଛି ।