ଓଡିଶା

odisha

ETV Bharat / sports

ଇଷ୍ଟ ଜୋନ ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ - ଇଷ୍ଟ ଜୋନ ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ

କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଇଷ୍ଟ ଜୋନ ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଆନ୍ତଃବିଶ୍ବବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ 60ଟି ୟୁନିଭରସିଟିର ପ୍ରାୟ 750 ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

By

Published : Nov 2, 2019, 10:04 PM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଇଷ୍ଟ ଜୋନ ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ଆନ୍ତଃବିଶ୍ବବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୋଟ 60 ଟି ୟୁନିଭରସିଟି ମଧ୍ୟରେ ମହାମୁକାବିଲା ହେବ । ପ୍ରାୟ 750 ରୁ ଊର୍ଦ୍ଧ୍ବ ଖେଳାଳି ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଏବଂ କୁଳପତି ଇସାନ କୁମାର ପାତ୍ର ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି । ତେବେ ମୋଟ ଓଡିଶାରୁ 12 ଟି ୟୁନିଭରସିଟି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତେବେ ଗତ ବର୍ଷ ଘରୋଇ ମାଟି ରେ ରେଭେନ୍ସା ଟାଇଟଲ ଜିତିବାର ଅସଫଳ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଟାଇଟଲ ବିଜୟର ଲକ୍ଷ୍ୟ ନେଇ ରଖି ଖେଳୁଥିବା ରେଭେନ୍ସ ବିଶ୍ବବିଦ୍ୟାଳୟର ଖେଳାଳି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details