ଓଡିଶା

odisha

ETV Bharat / sports

ISL: ଡେବ୍ୟୁ କରିବ ଇଷ୍ଟ ବେଙ୍ଗଲ ଏଫସି - ନୀତା ଅମ୍ବାନୀଙ୍କ ବଡ ଘୋଷଣା

ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) ଫୁଟବଲ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିମିଟେଡ(FSDL)ର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ବଡ ଘୋଷଣା । ଭାରତୀୟ ଫୁଟବଲର ଶ୍ରେଷ୍ଠ ପ୍ରତିଯୋଗୀତା ଆଇଏସଏଲର ସପ୍ତମ ସଂସ୍କରଣରେ 11ତମ ଟିମ ଭାବେ ସାମିଲ ହେବ ଇଷ୍ଟ ବେଙ୍ଗଲ ଏଫସି।

East Bengal now part of ISL, become 11th team in the competition
ISL: ଡେବ୍ୟୁ କରିବ ଇଷ୍ଟ ବେଙ୍ଗଲ ଏଫସି

By

Published : Sep 27, 2020, 4:46 PM IST

ମୁମ୍ବାଇ: ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) ଫୁଟବଲ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିମିଟେଡ(FSDL)ର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ବଡ ଘୋଷଣା । ଭାରତୀୟ ଫୁଟବଲର ଶ୍ରେଷ୍ଠ ପ୍ରତିଯୋଗୀତା ଆଇଏସଏଲର ସପ୍ତମ ସଂସ୍କରଣରେ 11ତମ ଟିମ ଭାବେ ସାମିଲ ହେବ ଇଷ୍ଟ ବେଙ୍ଗଲ ଏଫସି।

ISL: ଡେବ୍ୟୁ କରିବ ଇଷ୍ଟ ବେଙ୍ଗଲ ଏଫସି

ଶ୍ରୀ ସିମେଣ୍ଟ ଇଷ୍ଟ ବେଙ୍ଗଲ ଫାଉଣ୍ଡେସନ ପାଖରେ ଇଷ୍ଟ ବେଙ୍ଗଲ କ୍ଳବର ସର୍ବାଧିକ ମାଲିକାନା ରହିଛି । ଫଳରେ ସଫଳରତାର ସହ ଆଗାମୀ ଆଇଏସଏଲ ସଂସ୍କରଣରେ ଡେବ୍ୟୁ କରିବ ଇଷ୍ଟ ବେଙ୍ଗଲ ।

"ଇଣ୍ଡିଆନ ସୁପର ଲିଗ ପାଇଁ ଗୌରବର ମୂହୂର୍ତ୍ତ, ଇଷ୍ଟ ବେଙ୍ଗଲ ଏଫସିକୁ ସ୍ବାଗତ ଓ ଅଗଣିତ ଫ୍ୟାନ୍ସଙ୍କୁ ମଧ୍ୟ । ଇଷ୍ଟ ବେଙ୍ଗଲ ଓ ମୋହୁନ ବଗାନ(ବର୍ତ୍ତମାନ ATK ମୋହୁନ ବଗାନ) ନିକଟରେ ମିଶିବା ଦ୍ବାରା ଭାରତୀୟ ଫୁଟବଲର ଅଜସ୍ର ସମ୍ଭାବନା ବୃଦ୍ଧି ପାଇଛି । ଏହାଦ୍ବାରe ଯୁବ ଓ ପ୍ରତିଭାବାନ ଖେଳାଳିଙ୍କୁ ପରିଚୟ ମିଳିପାରିବ ।"

"ଭାରତରେ ଫୁଟବଲ ଭଳି ସୁନ୍ଦର ଖେଳ ପାଇଁ ପଶ୍ଚିମବଙ୍ଗର ବଡ ଯୋଗଦାନ ରହିଛି । ଦେଶରେ ଫୁଟବଲର ବିକାଶ ପାଇଁ ଆଇଏସଏଲର ପାଦଚିହ୍ନ ପଶ୍ଚିମବଙ୍ଗରେ ଓ ଅନ୍ୟାନ୍ୟ ରାଜ୍ୟରେ ନୂଆ ଆଶା ଆଣିଛି ।" ଏକ ଅଫିସିଆଲ ଘୋଷଣାନାମାରେ ଏହା କହିଛନ୍ତି ନୀତା ଅମ୍ବାନୀ ।

ସେପ୍ଟେମ୍ବର 2ରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଇଣ୍ଡିଆନ ସୁପର ଲିଗରେ ମୋହୁନ ବଗାନ ସହ ଇଷ୍ଟ ବେଙ୍ଗଲ ମଧ୍ୟ ପ୍ରବେଶ କରିବାକୁ ଯାଉଥିବା ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details