କୋଲକାତା:୧୩୦ତମ ଦୁରନ୍ଦ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସୋମବାର ମହମ୍ମେଦନ ଏସ୍ସି (MDSP) ଓ ଏଫସି ବେଙ୍ଗାଲୁରୁ ୟୁନାଇଟେଡ(FCBU) ମଧ୍ୟରେ ଖେଳାଯିବ । କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ(VYBK)ରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଘରୋଇ ଟିମ ହୋଇଥିବାରୁ ମହମ୍ମେଦନ ଏସ୍ସିକୁ ଘରୋଇ ଦର୍ଶକଙ୍କ ଭରପୁର ସମର୍ଥନ ମିଳିବ ।
ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟରେ ଯେବେ ଦୁଇ ଟିମ ମୁହାଁମୁହିଁ ହୋଇଥିଲେ ଏଫସି ବେଙ୍ଗାଲୁରୁ ୨-୦ରେ ଘରୋଇ କ୍ଲବକୁ ମାତ୍ ଦେଇଥିଲା । ମାତ୍ର ସେମିଫାଇନାଲ ମୁକାବିଲା ହୋଇଥିବାରୁ କଡା ମୁକାବିଲା ହେବା ଆଶା କରାଯାଉଛି । କ୍ବାର୍ଟର-ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ଗୋକୁଲାମ କେରଳକୁ ହରାଇ ଦୃଢ ମନୋବଳ ସହିତ ରହିଛି ବ୍ଳାକ ପାନ୍ଥର୍ସ କ୍ଳବ ।