ରୋମେ: ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍ ଖେଳିଛନ୍ତି । ସିଆର-7 ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ରୋନାଲ୍ଡୋ ଗୋଲ ମଧ୍ୟ ସ୍କୋର କରିଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏହା କ୍ରମାଗତ 11ତମ ଗୋଲ ।
1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ - 1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ
ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍ ଖେଳିଛନ୍ତି ।
![1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ cristiano-ronaldo-1000-cr7-equals-serie-a-record-on-his-landmark-appearance](https://etvbharatimages.akamaized.net/etvbharat/prod-images/768-512-6172981-thumbnail-3x2-asvxca.jpg)
1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ
ତେବେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍ରେ 2-1 ଗୋଲରେ ଏସ୍ପଲକୁ ହରାଇଛି ରୋନାଲ୍ଡୋଙ୍କ ଜୁଭେଣ୍ଟସ । ରୋନାଲ୍ଡୋଙ୍କ ବ୍ୟତିତ ଆରୋନ ରାମସେ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଯୋଗୁ ଜୁଭେଣ୍ଟସ କ୍ରମାଗତ 9ମ ସିଆର-7 ଟାଇଟଲ ହାତେଇବା ନିଶ୍ଚିତ ହୋଇଛି । ଚଳିତ ସିଜନରେ ୩୫ ବର୍ଷୀୟ ରୋନାଲ୍ଡୋଙ୍କ ଏହା 21ତମ ଗୋଲ । ଫଳରେ ସେ ଫାବିଓ କୁଆଗଲିରେଲା ଓ ଗାବ୍ରିଏଲ ବାତିଷ୍ଟୁଟାଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଏମାନେ ଲିଗ୍ରେ କ୍ରମାଗତ ୧୧ ମ୍ୟାଚ୍ରେ ଗୋଲ ଦେଇଛନ୍ତି ।