ଓଡିଶା

odisha

Euro ପରାଜୟ ପରେ ଇଂଲଣ୍ଡର 3 ବ୍ଲାକ ଫୁଟବଲରଙ୍କୁ ଜାତିଗତ ଆକ୍ଷେପ, ପିଟରସନଙ୍କ ନିନ୍ଦା

3ଜଣ ବ୍ଲାକ୍‌ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜାତିଗତ ଆକ୍ଷେପକୁ ନିନ୍ଦା କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାର କ୍ରିକେଟର କେଭିନ ପିଟରସନ । ଅଧିକ ପଢନ୍ତୁ...

By

Published : Jul 12, 2021, 10:36 PM IST

Published : Jul 12, 2021, 10:36 PM IST

Cricketer Pietersen slams racial abuse of England's Black footballers after Euro final loss
Euro ପରାଜୟ ପରେ ଇଂଲଣ୍ଡର 3 ବ୍ଲାକ ଫୁଟବଲରଙ୍କୁ ଜାତିଗତ ଆକ୍ଷେପ, ପିଟରସନଙ୍କ ନିନ୍ଦା

ଲଣ୍ଡନ:ୟୁରୋ 2020 ଫାଇନାଲରେ ଇଟାଲୀ ବିପକ୍ଷରେ ଇଂଲଣ୍ଡର ପରାଜୟକୁ ଗ୍ରହଣ କରିପାରିନାହାନ୍ତି ଇଂଲିଶ ପ୍ରଂଶସକ ।

ହଜାର ହଜାର ଫୁଟବଲ ପ୍ରଶଂସକ ରାସ୍ତାରେ ବୁଲିବା ସହ ପେନିଲିଟି ସୁଟ୍‌ଆଉଟରେ ସଫଳ ହୋଇନଥିବା ଖେଳାଳିଙ୍କୁ ଜାତିଗତ ଆକ୍ଷେପ କରିବାକୁ ପଛାଇନାହାନ୍ତି । ତେବେ 3ଜଣ ବ୍ଲାକ୍‌ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜାତିଗତ ଆକ୍ଷେପକୁ ନିନ୍ଦା କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାର କ୍ରିକେଟର କେଭିନ ପିଟରସନ ଓ ଦେଶ 2030 ଫିଫା ବିଶ୍ବକପ ଆୟୋଜନ କରିବାକୁ ଅଧିକାର ପାଇବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି।

ୱେମ୍ବଲିରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପେନାଲଟି୍‌ ସୁଟଆଉଟରେ ଇଟାଲୀଠାରୁ ଇଂଲଣ୍ଡ ହାରିବା ପରେ ଆରମ୍ଭ ହୋଇଥିବା ବିଶୃଙ୍ଖଳାରେ ପୂର୍ବତନ ଜାତୀୟ ଟିମ କ୍ୟାପଟେନ ପିଟରସନ କଡା ପ୍ରତିକ୍ରିୟା ରଖିଛନ୍ତି । ଏପରିକି ପରାଜୟରେ ଖେଳାଳିଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ପ୍ରଂଶସକ କଦାପି ଫୁଟବଲର ପକୃତ ପ୍ରଂଶସକ ନୁହନ୍ତି ବୋଲି କହିଛନ୍ତି ।

କେବଳ ପିଟରସନ ନୁହଁନ୍ତି, ଏପରି ଘଟଣାକୁ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫୁଟବଲ ଆସୋସିଏସନ(FA) ମଧ୍ୟ ପେନାଲିଟି ସୁଟ୍‌ଆଉଟରେ ଗୋଲ୍‌ କରିବାକୁ ବିଫଳ ହୋଇଥିବା 3 ଜଣ ଖେଳାଳିଙ୍କ ଦେହର ରଙ୍ଗ (ବର୍ଣ୍ଣବୈଷମ୍ୟ)ନେଇ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କୁ ନିନ୍ଦା କରିଛନ୍ତି ।

ପ୍ରଧାନମନ୍ତ୍ରୀ ପୂର୍ବ ଟ୍ବିଟରେ କହିଥିଲେ, "ଦେଶର ହିରୋଙ୍କୁ ସମ୍ମାନ ଜଣାଇବା କଥା, ଜାତିଗତ ଓ ବର୍ଣ୍ଣଗତ ଆକ୍ଷେପ ନୁହେଁ" ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି ସେମାନେ କ୍ଷମା ମାଗିବା ଉଚିତ ବୋଲି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ଜନସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details