ଓଡିଶା

odisha

ETV Bharat / sports

କୋରୋନା ଭୟ: ବନ୍ଦ ରହିଲା ବିଶ୍ବର ସର୍ବବୃହତ ଫୁଟବଲ ଲିଗ୍‌

ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଲିଗ୍ ଏବଂ ୟୁରୋପ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଇଛି ବୋଲି ସୂଚନା ଦେଇଛି ୟୁନିଅନ ଅଫ୍ ୟୁରୋପୀୟ ଫୁଟବଲ୍ ଆସୋସିଏସନ୍ (ୟୁଇଏଫ୍ଏ) ।

By

Published : Mar 13, 2020, 9:16 PM IST

covid-19-uefa-postpones-next-weeks-cl-europa-league-ties
କୋରୋନା ଭୟ: ବନ୍ଦ ରହିଲା ବିଶ୍ବର ସର୍ବବୃହତ ଫୁଟବଲ ଲିଗ୍‌

ନିଓନ୍ (ସ୍ବିଜରଲ୍ୟାଣ୍ଡ): ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଲିଗ୍ ଏବଂ ୟୁରୋପ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଇଛି । ତେବେ କରୋନା ଭାଇରସ୍ ମହାମାରୀର ପ୍ରସାର ପାଇଁ ଏମିତି ହୋଇଛି ବୋଲି ସୂଚନା ଦେଇଛି ୟୁନିଅନ ଅଫ୍ ୟୁରୋପୀୟ ଫୁଟବଲ୍ ଆସୋସିଏସନ୍ (ୟୁଇଏଫ୍ଏ) ।

ୟୁରୋପରେ କୋରୋନା ଭାଇରସ ବିସ୍ତାର ଏବଂ ବିଭିନ୍ନ ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଧାର୍ଯ୍ୟ ହୋଇଥିବା ସମସ୍ତ ୟୁଇଏଫ୍ କ୍ଲବ୍ ପ୍ରତିଯୋଗିତା ମ୍ୟାଚ୍ ସ୍ଥଗିତ ରଖାଯାଇଛି ବୋଲି ୟୁଇଏଫ୍ କହିଛି । ‘‘ ଏଥିରେ ଅବଶିଷ୍ଟ ୟୁଇଏଫ୍ ଚାମ୍ପିଅନ୍ସ ଲିଗ୍, 17 ଏବଂ 18 ମାର୍ଚ୍ଚ 2020ରେ ଧାର୍ଯ୍ୟ ହୋଇଥିବା 16ଟି ଦ୍ବିତୀୟ ଲିଗ୍ ମ୍ୟାଚ୍, ସମସ୍ତ ୟୁରୋପ ଲିଗ୍, 19 ମାର୍ଚ୍ଚ 2020ରେ ଧାର୍ଯ୍ୟ ହୋଇଥିବା 16ଟି ଲିଗ୍ ମ୍ୟାଚ୍ ବାତିଲ କରାଯାଇଛି’’ ବୋଲି ୟୁଇଏଫ୍ କହିଛି । ଏଥିସହ ମଧ୍ୟ ମାର୍ଚ୍ଚ 20ରେ ହେବାକୁ ଥିବା ଚାମ୍ପିଅନ୍ସ ଲିଗ୍ ଏବଂ ୟୁରୋପ ଲିଗ୍ କ୍ୱାର୍ଟର ଫାଇନାଲକୁ ସ୍ଥଗିତ ରଖାଯାଇଛି ବୋଲି ୟୁଇଏଫ୍ କହିଛି ।

ABOUT THE AUTHOR

...view details