ନୂଆଦିଲ୍ଲୀ:କୋରୋନା ଭାଇରସ ଲକଡାଉନ ଯୋଗୁଁ ଦେଶରେ ସମସ୍ତ ପ୍ରକାର କ୍ରୀଡାଇଭେଣ୍ଟ ସ୍ଥଗିତ ରହିଛି । ତେବେ ଲକଡାଉନରେ କୋଚଙ୍କଉ ଆଗାମୀ ରଣନୀତି ନେଇ ଅନଲାଇନ କୋଚିଂ କାର୍ଯ୍ୟକ୍ରମର ପରିକଳ୍ପନା କ୍ରୀଡା ମନ୍ତ୍ରଣାଳୟ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦେଶର ସମସ୍ତ ଜାତୀୟ ଦଳର କୋଚ ପ୍ରଶଂସା କରିଛନ୍ତି ।
ଭାରତୀୟ କ୍ରୀଡା ପ୍ରାଧୀକରଣର ଅନଲାଇନ କୋଚିଂ କାର୍ଯ୍ୟକ୍ରମକୁ କୋଚଙ୍କ ପ୍ରଶଂସା - ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ
ଲକଡାଉନରେ କୋଚଙ୍କ ଆଗାମୀ ରଣନୀତି ନେଇ ଅନଲାଇନ କୋଚିଂ କାର୍ଯ୍ୟକ୍ରମର ପରିକଳ୍ପନା ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦେଶର ସମସ୍ତ ଜାତୀୟ ଦଳର କୋଚ ପ୍ରଶଂସା କରିଛନ୍ତି ।
![ଭାରତୀୟ କ୍ରୀଡା ପ୍ରାଧୀକରଣର ଅନଲାଇନ କୋଚିଂ କାର୍ଯ୍ୟକ୍ରମକୁ କୋଚଙ୍କ ପ୍ରଶଂସା Coaches praise AIFF-SAI's 'great initiative' of conducting online coaching course](https://etvbharatimages.akamaized.net/etvbharat/prod-images/768-512-7052984-102-7052984-1588584007890.jpg)
ଭାରତୀୟ କ୍ରୀଡା ପ୍ରାଧୀକରଣର ଅନଲାଇନ କୋଚିଂ କାର୍ଯ୍ୟକ୍ରମକୁ କୋଚଙ୍କ ପ୍ରଂଶସା
ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଫୁଟବଲ ଫେଡେରେସନର ମଧ୍ୟ ସମାନ ଭାବେ ସହଭାଗିତା ଓ ସହଯୋଗ କରିଥିଲା । ଏପ୍ରିଲ 20ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମେ 2ରେ ଶେଷ ହୋଇଥିଲା । ଦେଶରେ ପଞ୍ଜିକରଣ କରିଥିବା ମୋଟ 884 ଜଣ କୋଚ ଏହି ଅନଲାଇନ କୋଚିଂ କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିଥିଲେ ।