ରୋମ:ଫୁଟବଲ ଇତିହାସରେ ଟପ୍ ସ୍କୋରର ହେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ। ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର ତଥା ଜୁବେଣ୍ଟସ ତାରକା ରୋନାଲ୍ଡୋ ଏଯାବତ ସବୁଠାରୁ ଅଧିକ ଗୋଲ ସ୍କୋର କରିଛନ୍ତି। ଇଟାଲିୟନ ସୁପର କପ ଟୁର୍ଣ୍ଣାମେଣ୍ଟରେ ନାପୋଲି ଦଳକୁ ରୋନାଲ୍ଡଙ୍କ ଜୁବେଣ୍ଟସ ଟିମ 2-0 ଗୋଲରେ ପରାସ୍ତ କରିଛି। ଲଗାତାର 9 ଥର ଇଟାଲିୟନ ସୁପର କପରେ ବିଜୟ ହାସଲ କରିଛି ଜୁବେଣ୍ଟସ।
ଏହି ମ୍ୟାଚରେ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଗୋଟିଏ ଗୋଲ ଦେଇଥିଲେ। ଏହା ତାଙ୍କ କ୍ୟାରିୟର 760 ନମ୍ବର ଗୋଲ ଥିଲା। ଏହାସହ ସେ ବିଶ୍ବରେ ସବୁଠାରୁ ଅଧିକ ଗୋଲ ଦେଇଥିବା ଫୁଟବଲର ହୋଇ ପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜୋସେଫ ବିକାନଙ୍କ ନାମରେ ରହିଥିଲେ। ବିକାନ ନିଜ କ୍ୟାରିୟରରେ 759ଟି ଗୋଲ ଦେଇଛନ୍ତି।
760ଟି ଗୋଲ ମଧ୍ୟରୁ ସ୍ପେନର ଫୁଟବଲ କ୍ଲବ ରିୟଲ ମାଦ୍ରିଦ ପାଇଁ ରୋନାଲ୍ଡୋ ସର୍ବାଧିକ 311ଟି ଗୋଲ କରିଛନ୍ତି। ଏହାଛଡ଼ା ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ 84ଟି ସ୍ପୋଟିଂ ସିପି ପାଇଁ ତିନୋଟି ଓ ଜୁବେଣ୍ଟସ ପାଇଁ 67ଟି ଗୋଲ ଦେଇଛନ୍ତି।