ଓଡିଶା

odisha

ETV Bharat / sports

ଚାମ୍ପିଅନ୍ସ ଲିଗ୍‌: ବାର୍ସେଲୋନାକୁ ହରାଇ ଫାଇନାଲରେ ଲିଭରପୁଲ୍‌ - Barca

ମଙ୍ଗଳବାର ଖେଳାଯାଇଥିବା ଚାମ୍ପିଅନ୍ସ ଲିଗ୍‌ର ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ କ୍ଲବର ଲିଭରପୁଲ୍‌ ଦଳ ବାର୍ସେଲୋନାକୁ 4-0 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

ଫଟୋ ସୌଜନ୍ୟ- ଟ୍ବିଟର @ChampionsLeague

By

Published : May 8, 2019, 8:52 PM IST

ଲିଭରପୁଲ୍‌ (ଇଂଲଣ୍ଡ): ମଙ୍ଗଳବାର ଖେଳାଯାଇଥିବା ଚାମ୍ପିଅନ୍ସ ଲିଗ୍‌ର ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ କ୍ଲବର ଲିଭରପୁଲ୍‌ ଦଳ ବାର୍ସେଲୋନାକୁ 4-0 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଲିଭରପୁଲ ଦଳ 2ୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି ।

ତେବେ ଏହା ପୂର୍ବରୁ ଲିଗ୍‌ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଯେଉଁଥିରେ ବାର୍ସେଲୋନା ଲିଭରପୁଲକୁ ଏକତରଫା ଭାବରେ 3-0ଗୋଲରେ ପରାସ୍ତ କରିଥିଲା । ତେଣୁ କହିପାରିବା, ମଙ୍ଗଳବାର ମ୍ୟାଚରେ ଲିଭରପୁଲ ଲିଗ୍‌ ମ୍ୟାଚ୍‌ ପରାଜୟର ବଦଲା ନେଇଛି ।

ଲିଭରପୁଲ ପକ୍ଷରୁ ଡିଭୋକ୍‌ ଓରିଗି ଓ ଜେଓରଗିନିଓ ୱିଜଲାନଡୁମ ଦୁଇଟି ଲେଖାଏଁ ଗୋଲ ସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଆସନ୍ତା ଜୁନ୍‌ ୧ ତାରିଖରେ ମ୍ୟାଡ୍ରିଡ୍‌ରେ ଖେଳାଯିବ । ଲିଭରପୁଲ ଫାଇନାଲ୍‌ରେ ଆଜେକ୍ସ କିମ୍ବା ଟୋଟ୍ଟେନହାମକୁ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details