ଓଡିଶା

odisha

ETV Bharat / sports

ମହିଳା ଫୁଟବଲ ବିଶ୍ବକପ 2023: ଆୟୋଜକ ରେସରୁ ଓହରିଲା ବ୍ରାଜିଲ - race to host Women's World Cup

ମହିଳା ଫୁଟବଲ ବିଶ୍ବକପ 2023 ଆୟୋଜକ ଦେଶ ରେସରୁ ଓହରିଯାଇଛି ବ୍ରାଜିଲ । ବ୍ରାଜିଲିଆନ ଫୁଟବଲ କନଫେଡେରେସନ(CBF) ଆୟୋଜନ ନେଇ ଅନିଚ୍ଛା ପ୍ରକାଶ କରିଛି ।

Brazil withdraws from race to host 2023 Women's World Cup
ମହିଳା ଫୁଟବଲ ବିଶ୍ବକପ 2023: ଆୟୋଜକ ରେସରୁ ଓହରିଲା ବ୍ରାଜିଲ

By

Published : Jun 9, 2020, 12:21 PM IST

ହାଇଦ୍ରାବାଦ: ମହିଳା ଫୁଟବଲ ବିଶ୍ବକପ 2023 ଆୟୋଜକ ଦେଶ ରେସରୁ ଓହରିଯାଇଛି ବ୍ରାଜିଲ । ବ୍ରାଜିଲିଆନ ଫୁଟବଲ କନଫେଡେରେସନ(CBF) ଆୟୋଜନ ନେଇ ଅନିଚ୍ଛା ପ୍ରକାଶ କରିଛି । ମହାମାରୀ କୋରୋନା ଭାଇରସ ଯୋଗୁଁ, ସରକାର ଆର୍ଥିକ ସହଯୋଗ ନେଇ ନିଶ୍ଚିନ୍ତ ନାହାଁନ୍ତି ।

ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି(FIFA)ର ପ୍ରଶ୍ନରେ ବ୍ରାଜିଲ ସରକାର ଦେଶର ଆର୍ଥିକ ସ୍ଥିତିରେ ଅନିୟମିତାକୁ ଦୃଷ୍ଟିରେ ରଖି ଆୟୋଜନ ନେଇ ସହମ୍ମତି ହୋଇପାରିନଥିବା ବ୍ରାଜିଲିଆନ ଫୁଟବଲ କନଫେଡେରେସନ ପକ୍ଷରୁ କୁହାଯାଇଛି ।

ଗତ କିଛି ବର୍ଷ ଧରି ବ୍ରାଜିଲ ସଫଳତାର ସହ ଏକାଧିକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ କରିଛି । 2014 ବିଶ୍ବକପ, 2016 ଅଲମ୍ପିକ୍ସ ଗେମ୍ସ ଓ 2019 କୋପା-ଆମେରିକା ପ୍ରତିଯୋଗିତା ଆୟୋଜନ କରିଛି ।

ତେବେ ମହିଳା ଫୁଟବଲ ବିଶ୍ବକପ 2023 ଆୟୋଜକ ରେସରୁ ବ୍ରାଜିଲ ଓହରିବା ପରେ, କଲମ୍ବିଆ, ଜାପାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆୟୋଜକ ରେସରେ ରହିଛନ୍ତି ।

ABOUT THE AUTHOR

...view details