ହାଇଦ୍ରାବାଦ: ବ୍ରାଜିଲ ଫୁଟବଲ ଫେଡେରେସନର ବଡ ନିଷ୍ପତ୍ତି । ଏଣିକି ଦକ୍ଷିଣ ଆମେରିକୀୟ ଦେଶର ଜାତୀୟ ଫୁଟବଲ ଟିମର ଉଭୟ ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ଦରମା ମିଳିବ । ବୁଧବାର ବ୍ରାଜିଲ ଫୁଟବଲ ଫେଡେରେସନ(CBF) ପକ୍ଷରୁ ଏହା ଘୋଷଣା କରାଯାଇଛି ।
ପୁରୁଷ ଖେଳାଳି ସହ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ଅର୍ଥ ଓ ଦରମା ମିଳିବ । ଫଳରେ ପୁରୁଷ ଖେଳାଳିଙ୍କ ଭଳି ସମାନ ଆୟ କରିପାରିବେ ମହିଳା ଖେଳାଳି । ବ୍ରାଜିଲ ଫୁଟବଲ କନଫେଡେରେସନ(CBF) ସଭାପତି ରୋଜେରିଓ କାବାକଲୋ ଏକ ଭର୍ଚୁଆଲ ଭିଡିଓ କନ୍ଫରେନ୍ସିଂରେ ଏହା କହିଛନ୍ତି ।
ଗତ ମାର୍ଚ୍ଚରେ ଜାତୀୟ ମହିଳା ଟିମର ମ୍ୟାନେଜର ପିଆ ସୁନ୍ଧାଗେ ଏହି ସୂଚନା ନେଇ ଅବଗତ କରାଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ନରୱ୍ବେ ଭଳି ଦେଶରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ଦରମା ନେଇ ନିଷ୍ପତ୍ତି ହୋଇଛି ।