ନୂଆଦିଲ୍ଲୀ:ମାଳଦୀପରୁ ଫେରିବେ ଏଏଫସି କପରେ ଭାଗ ନେଇଥିବା ଫୁଟ କ୍ଲବ । ଏଥିରେ ଭାରତର ଏଟିକେ ମୋହନ ବାଗାନ ଓ ବେଙ୍ଗାଲୁରୁ ଏଫସି ମଧ୍ୟ ସାମିଲ ରହିଛନ୍ତି । ବେଙ୍ଗାଲୁରୁ ଏଫସିର କିଛି ଖେଳାଳି କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଥିଲେ ମାଳଦୀପ କ୍ରୀଡ଼ାମନ୍ତ୍ରୀ ଅହମ୍ମଦ ମାହଲୁଫ । ଏହାକୁ ନେଇ ସେ ଟ୍ବିଟ କରିବା ସହ ବେଙ୍ଗାଲୁରୁ ଏଫସିକୁ ତୁରନ୍ତ ମାଳଦୀପ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ବେଙ୍ଗାଲୁରୁ ଏଫସିର ଫୁଟବଲ ଖେଳାଳିମାନେ କିଭଳି ଭାବରେ କୋଭିଡ ନିୟମ ଉଲ୍ଲଂଘନ କଲେ ତାହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ମାଳଦୀପ କ୍ରୀଡ଼ାମନ୍ତ୍ରୀ ଅହମ୍ମଦ ମାହଲୁଫ ଟ୍ବିଟ କରି ଲେଖିଛନ୍ତି ଯେ, "ଶକ୍ତ କୋଭିଡ କଟକଣାକୁ ବେଙ୍ଗାଲୁରୁ ଏଫସି ଯେଉଁଭଳି ଭଳି ଭାବରେ ଭଙ୍ଗ କରିଛି ତାହା ଆଦୌ ଗ୍ରହଣୀୟ ନୁହେଁ । କ୍ଲବକୁ ତୁରନ୍ତ ମାଳଦୀବ ଛାଡ଼ିବାକୁ ହେବ, କାରଣ ଏଭଳି ଦାୟିତ୍ବହୀନତାକୁ ଆମେ ପ୍ରଶୟ ଦେବୁନାହିଁ । କୋରୋନା ମହାମାରୀ ସମୟରେ ଆମେ ଯାହା ନିଷ୍ପତ୍ତି ନେଇଥିଲୁ ତାହାକୁ ଆମେ ସମ୍ମାନ କରୁଛୁ । ଲୋକଙ୍କ ଚାପରେ ମଧ୍ୟ ଆମେ ଏଫସି କପ ପାଇଁ ଅନୁମତି ଦେଇଥିଲୁ ।"