ବେଙ୍ଗାଲୁରୁ: ଲଗାତାର 2ୟ ସିଜିନ ପାଇଁ ଟେବୁଲ ଟପ୍ପର ଭାବେ ଲିଗ ଶେଷ କରିଛି ବେଙ୍ଗାଲୁରୁ ଏଫସି । ଏବର୍ଷ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ର ଲିଗ ପର୍ଯ୍ୟାୟରେ ଟପ୍ପର ଭାବେ ବେଙ୍ଗାଲୁରୁ ଏଫସି ରହିଛି । ଗତବର୍ଷ ମଧ୍ୟ ଏହା ଲିଗରେ ଟେବୁଲ ଟପ୍ପର ରହିଥିଲା ।
ଗୋଆକୁ ହରାଇ ଆଇଏସଏଲ ଶୀର୍ଷରେ ବେଙ୍ଗାଲୁରୁ - Football
ପ୍ରଥମାର୍ଦ୍ଧରେ ଗୋଆ ଉତ୍ତମ ପ୍ରଦର୍ଶନ କରିଥିଲା କିନ୍ତୁ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଦ୍ବିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଚତ୍ମକାର ପ୍ରଦର୍ଶନ କରି 3ଟି ଗୋଲ ଦେଇଥିଲା ।
![ଗୋଆକୁ ହରାଇ ଆଇଏସଏଲ ଶୀର୍ଷରେ ବେଙ୍ଗାଲୁରୁ](https://etvbharatimages.akamaized.net/etvbharat/images/768-512-2520569-804-456fba19-47e2-4c16-a3fd-5c98bf51b7a5.jpg)
ଗତକାଲି ଏଠାରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଏଫସି 3-0 ଗୋଲରେ ଗୋଆ ଏଫସିକୁ ପରାସ୍ତ କରି ଏହି କୃତିତ୍ବ ହାସଲ କରିଛି । ତେବେ ବେଙ୍ଗାଲୁରୁର ନିଶୁ କୁମାରଙ୍କୁ ହଳଦିଆ କାର୍ଡ ମିଳିବା ପରେ ଟିମ 10 ଜଣଙ୍କୁ ନେଇ ଖେଳିଥିଲା । ଏହାସତ୍ତ୍ବେ ଦଳ ଚତ୍ମକାର ପ୍ରଦର୍ଶନ କରିଥିଲା । ଦ୍ବିତୀୟାର୍ଦ୍ଧରେ ଦଳ ସମସ୍ତ ଗୋଲ ସ୍କୋର କରିଥିଲା ।
ଦଳ ପକ୍ଷରୁ ଜୁଆନନ 50 ତମ ମିନିଟରେ, ଉଦାନ୍ତ ସିଂହ 58 ତମ ମିନିଟରେ ଏବଂ ମିକୁ 69 ମିନିଟରେ 3ଟି ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ଗୋଆ ଉତ୍ତମ ପ୍ରଦର୍ଶନ କରିଥିଲା କିନ୍ତୁ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଦ୍ବିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଚତ୍ମକାର ପ୍ରଦର୍ଶନ କରି 3ଟି ଗୋଲ ଦେଇଥିଲା । ଏହାସହ ଲଗାତାର 2ଟି ମ୍ୟାଚ ହାରିବା ପରେ ବେଙ୍ଗାଲୁରୁ ଶେଷ ମ୍ୟାଚ ଜିତି ଲିଗ ଶେଷ କରିଛି ।