ଓଡିଶା

odisha

7ବର୍ଷ ପରେ ଚମ୍ପିଆନ୍ସ ଲିଗ ଟାଇଟଲ ହାତେଇଲା ବେୟର୍ନ ମୁନିଚ

By

Published : Aug 24, 2020, 11:00 AM IST

Updated : Aug 24, 2020, 11:21 AM IST

ଜର୍ମାନ କ୍ଲବ ବେୟର୍ନ ମୁନିଚ ୟୁଇଏଫଏ ଚମ୍ପିଆନ୍ସ ଲିଗ 2020ର ଟ୍ରଫି ନିଜ ନାଁରେ କରିଛି । ଏହି ଦଳ ଲିସବନରେ ରବିବାର ଦିନ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସଜି)କୁ 1-0ଗୋଲରେ ମାତ ଦେଇ 6ଷ୍ଠ ଥର ପାଇଁ ଏହି ଟାଇଟଲ ଜିଣିଛି ।

7ବର୍ଷ ପରେ ଚମ୍ପିଆନ୍ସ ଲିଗର ଟାଇଟେଲ ହାତେଇଲା ବେୟର୍ନ ମୁନିଚ
7ବର୍ଷ ପରେ ଚମ୍ପିଆନ୍ସ ଲିଗର ଟାଇଟେଲ ହାତେଇଲା ବେୟର୍ନ ମୁନିଚ

ଲିସବନ: ଜର୍ମାନ କ୍ଲବ ବେୟର୍ନ ମୁନିଚ ୟୁଇଏଫଏ ଚମ୍ପିଆନ୍ସ ଲିଗ 2020ର ଟ୍ରଫି ନିଜ ନାଁରେ କରିଛି । ଏହି ଦଳ ଲିସବନରେ ରବିବାର ଦିନ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସଜି)କୁ 1-0ଗୋଲରେ ମାତ ଦେଇ 6ଷ୍ଠ ଥର ପାଇଁ ଏହି ଟାଇଟଲ ଜିଣିଛି । ତେବେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଥିବା ପିଏସଜିର ଟାଇଟେଲ ଜିତିବାର ସ୍ବପ୍ନ ଅଧାରେ ରହି ଯାଇଛି ।

ବେୟର୍ନ ମୁନିଚ ଏହା ପୂର୍ବରୁ 2013, 2001,1974,1975,1976ରେ ଚମ୍ପିଆନ୍ସ ଲିଗ ନିଜ ନାଁରେ କରିଥିଲା ।

ତେବେ ଫାଇନାଲ ମୁକାବିଲାରେ 2ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିହବାକୁ ମିଳିଥିଲା । ଖେଳର ପ୍ରଥମାର୍ଦ୍ଧରେ 0-0ରେ ସ୍କୋର ରହିଥିଲା । ତେବେ ଦ୍ବିତୀୟାର୍ଦ୍ଧରେ ବେୟର୍ନ ମୁନିଚ ପକ୍ଷରୁ କିଙ୍ଗ୍ସଲେ କୋମାନ ହେଡରରେ 59ମିନିଟରେ ଗୋଲ ଦେଇଥିଲେ । ତେବେ ଖେଳ ଶେଷ ହେବା ବେଳକୁ 1-0ରେ ଆଗୁଆ ରହି ଟାଇଟଲ କବ୍ଜା କରିଛି ବେୟର୍ନ ।

7ବର୍ଷ ପରେ ଚମ୍ପିଆନ୍ସ ଲିଗର ଟାଇଟେଲ ହାତେଇଲା ବେୟର୍ନ ମୁନିଚ

ବେୟର୍ନ ମୁନିଚ ଟିମ ଲିୟୋନକୁ 3-0ରେ ହରାଇ ଚମ୍ପିଆନ୍ସ ଲିଗ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ପିଏସଜି ଲେଇପିଜିଗକୁ 3-0ରେ ହରାଇ ପ୍ରଥମ ଥର ଚମ୍ପିଆନ୍ସ ଲିଗ ଫାଇନାଲରେ ପହଞ୍ଚିଥିଲା ।

Last Updated : Aug 24, 2020, 11:21 AM IST

For All Latest Updates

ABOUT THE AUTHOR

...view details