ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ ଟିମ ଓଡିଶା ଏଫସିର ନବନିଯୁକ୍ତ ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କ ବଡ ବୟାନ । ଓଡିଶା ଏଫସିକୁ ବିଜୟୀ କରାଇବାକୁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମୁଖ୍ୟ କୋଚ । ଏହି ବିଜୟ ମନ୍ତ୍ର ଆଇଏସଏଲର ଆଗାମୀ ସଂସ୍କରଣରେ ଓଡିଶା ଏଫସିକୁ ପ୍ଲେ-ଅଫ ରାସ୍ତା ଦେଖାଇବ ବୋଲି ଆଶାବାଦୀ ଅଛନ୍ତି ବାକ୍ସଟର ।
ISL: ଓଡିଶା ଏଫସି ପାଇଁ ବାକ୍ସଟରଙ୍କ ବିଜୟ ମନ୍ତ୍ର 'ଫ୍ରଣ୍ଟ ଫୁଟ୍' - ଫାଫ ଡୁପ୍ଳେସିସ୍
ଓଡିଶା ଏଫସିକୁ ବିଜୟୀ କରାଇବାକୁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ନବନିଯୁକ୍ତ କୋଚ ଷ୍ଟୁଆର୍ଟ ବାକ୍ସଟର ।

ISL: ଓଡିଶା ଏଫସି ପାଇଁ ବାକ୍ସଟରଙ୍କ ବିଜୟ ମନ୍ତ୍ର 'ଫ୍ରଣ୍ଟ ଫୁଟ୍'
ବାକ୍ସଟର କହିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର କ୍ୟାପଟେନ ଫାଫ ଡୁପ୍ଳେସିସ୍ ଏକଦା କହିଥିଲେ, ଭାରତରେ ସଫଳ ହେବାକୁ ହେଲେ, ଫ୍ରଣ୍ଟ ଫୁଟରେ ଖେଳିବାକୁ ଖେଳିବାକୁ ହେବ। ଏହା ହିଁ ଓଡିଶା ଏଫସି କ୍ଳବର ବିଜୟ ମନ୍ତ୍ର ହେବ । ଖେଳାଳିଙ୍କୁ ପ୍ରଥମେ ମାନସିକ ସ୍ତରରେ ଫ୍ରଣ୍ଟ ଫୁଟ ଅନୁଭବ କରାଇବାକୁ ହେବ ।
ଅଭିଜ୍ଞ ଷ୍ଟୁଆର୍ଟ ବାକ୍ସଟର ପୂର୍ବରୁ ଦକ୍ଷିଣ ଆଫ୍ରିକା ଜାତୀୟ ଫୁଟବଲ ଟିମର କୋଚ ରହିସାରିଛନ୍ତି । ଏଥିସହିତ 8ଟି ଭିନ୍ନ ଭିନ୍ନ ଦେଶରେ କୋଚ ରହିବାର ଅଭିଜ୍ଞତା ମଧ୍ୟ ରହିଛି । ଗତ ସପ୍ତାହରେ ଓଡିଶା ଏଫସି କ୍ଳବର ନୂଆ ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି ବାକ୍ସଟର।